ଚକଡା ପୋକ ପାଇଁ ଚାଷ ଜମି ଜାଳିଦେଲେ ଚାଷୀ

0

କଳାହାଣ୍ଡି : କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଚାଷୀ ହରେକୃଷ୍ଣ ରଣା ନିଜର ଦୁଇ ଏକର ଜମିରେ ନିଆଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଚାଷୀ ହରେକୃଷ୍ଣ ରଣା ଧାନ ଚାଷ କରିଥିଲେ। ଚକଡା ପୋକ ପ୍ରଭାବରେ ପ୍ରାୟ ଦେଢ ଏକର ଧାନ ଫସଲ ନଷ୍ଟ ହୋଇଛି। ଯାହାକୁ ନେଇ ଚାଷୀ ହରେକୃଷ୍ଣ ରଣା ଚକଡା ପୋକ ସବୁଆଡେ ନ ବ୍ୟାପୁ ସେଥିପାଇଁ ସେ ସମସ୍ତ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି। ଚକଡା ପୋକ ଦ୍ୱାରା ଚାଷ ନଷ୍ଟ ହେଉଥିବା ଆଗରୁ ମଧ୍ୟ ନଜିର ରହିଥିଲା।

Leave A Reply