ସି.ଆର.ପି.ଏଫ କ୍ୟାମ୍ପ ବନ୍ଦ କରିବା ଦାବି ନେଇ ବ୍ୟାନର ମାରିଲେ ମାଓବାଦୀ

0

କଲମପୁର : ସି.ଆର.ପି.ଏଫ କ୍ୟାମ୍ପ ଓ କାଣିଗୁମା ଠାରୁ ନାକରୁଣ୍ଡି ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବା ଦାବି କରିଛନ୍ତି ସି.ପି.ଆଇ ମାଓବାଦୀ। ଏନେଇ ଶନିବାର ଗୁଣପୁର କାଶିପୁର ରାଜ୍ୟ ସଡକର ଗୁଣପୁର ଠାରୁ ପ୍ରାୟ ୧ କି.ମି ଦୂରରେ ଥିବା ସମିଳିପଦର ନିକଟରେ ଏକ ଗଛରେ ବ୍ୟାନର ମାରିଛନ୍ତି ।
ସୂଚନାଯୋଗ୍ୟ, ଗତ ୧ ମାସ ମଧ୍ୟରେ ଥୁଆମୁଳ ରାମପୁର ଅଞ୍ଚଳରେ ମାଓବାଦୀଙ୍କ ତରଫରୁ ୩ ଥର ପୋଷ୍ଟର ଓ ବ୍ୟାନର ମରା ସରିଲେଣି। ବାରମ୍ବାର ମାଓବାଦୀଙ୍କ ତରଫରୁ ଏହି ଅଞ୍ଚଳରେ ପୋଷ୍ଟର ମାରିବା ଘଟଣାରେ ଜନ ସାଧାରଣ ଆତଙ୍କିତ ହୋଇ ପଡିଛନ୍ତି। ମାଓବାଦୀଙ୍କ ଦ୍ୱାରା କେତେବେଳେଯେ, କୌଣସି ବଡ ଧରଣର ଅଘଟଣ ନ ଘଟିବ ସେନେଇ ନିଶ୍ଚିତ ହୋଇ ପାରୁନାହାଁନ୍ତି ଅଞ୍ଚଳବାସୀ। ଅତୀତରେ କର୍ଲାପାଟ ଠାରେ ୩ ଜଣଙ୍କୁ ଅପହରଣ ଓ ସେମାନଙ୍କ ମଧ୍ୟରୁ ଜଣକୁ ଗୁଳି କରି ମାରିବା ଘଟଣା ସାଧାରଣ ଜନତା ମନରୁ ଲିଭି ନଥିବା ବେଳେ ପୁଣି ବାରମ୍ବାର ପୋଷ୍ଟର ମରା ଘଟଣାକୁ ମାଓବାଦୀଙ୍କ ତରଫରୁ କୌଣସି ଏକ ବଡ ଘଟଣା ଘଟାଇବାର ଯୋଜନା ଥିବାର ଆଶଙ୍କା ରହିଛି। ଗତ କିଛିଦିନ ତଳେ ଜଳ, ଜଙ୍ଗଲ, ଜମି ପାଇଁ ଲଢେଇ କରୁଥିବା ମାଓବାଦୀ ସୂଚନା ଦେବା ସହ ସରକାରଙ୍କ ବିସ୍ଥାପନ ନିତୀର ବିରୋଧ କରି ପୋଷ୍ଟର ମାରିଥିଲେ। ପୁଣି ରାଜସ୍ୱ ବିଭାଗ କର୍ମଚାରୀ ପୁଞ୍ଜିବାଦୀ ବହୁରାଷ୍ଟ୍ରିୟ କମ୍ପାନୀ ସପକ୍ଷରେ ଯାଇ ନିରୀହ ଆଦିବାସୀ ବନବାସୀଙ୍କୁ ସେମାନଙ୍କ ଭିଟାମାଟିରୁ ବିସ୍ଥାପନ ଯୋଜନାକୁ ବିରୋଧ କରି ଏହି ସବୁରୁ ନିବୃତ ରହିବା ପାଇଁଁ ଚେତାବନୀ ଦେଇଥିଲେ।
ଏନେଇ ଥୁଆମୁଳ ରାମପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ସହ ଯୋଗାଯୋଗ କରାଯିବା ପରେ ଏନେଇ ସେ ସୂଚନା ପାଇଥିବା ମତବ୍ୟକ୍ତ କରିଥିଲେ।

Leave A Reply