କଳାହାଣ୍ଡିରେ ୯୦୮ କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲାର ଜୁନାଗଡରେ ମିଶ୍ରଣ ପର୍ବ ଓ ଭବାନୀପାଟଣାରେ ମିଶନଶକ୍ତି ସମାବେଶରେ ଯୋଗ ଦେଇ ରେତ ଜଳସେଚନ ପ୍ରକଳ୍ପ ସମେତ ୯୦୮ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହା ସହିତ  ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ସରକାରୀ ମହିଳା ମହାବିଦ୍ୟାଳୟକୁ ସାଇନ୍ସ କଲେଜ ମାନ୍ୟତା ଘୋଷଣା କରିଛନ୍ତି । ଏହା ସହିତ ଏହାର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।

Leave A Reply