୧୫ରୁ ଜୟପାଟଣାରେ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

0

ମୁଖିଗୁଡ଼ା : କଳାହାଣ୍ଡି ଜିଲା ଜୟପାଟଣା ଠାରେ ଦେୱାନୀ ବିଚାରପତି (ବରିଷ୍ଠ ବିଭାଗ) ଏବଂ ଅତିରିକ୍ତ ଦୌରା ଜର୍ଜଙ୍କ କାର୍ଯ୍ୟାଳୟ ସ୍ଥାପନ ଦାବୀ ନେଇ ଜୟପାଟଣା ଓକିଲ ସଂଘ ତରଫରୁ ଆସନ୍ତା ୧୫ ତାରିଖ ଠାରୁ ଅନିଦ୍ଦିଷ୍ଠ କାଳ ପାଇଁ ଜୟପାଟଣା କୋର୍ଟ, ତହସିଲ କାର୍ଯ୍ୟାଳୟ ଏବଂ ଉପନିବନ୍ଧନ କାର୍ଯ୍ୟାଳୟ ବନ୍ଦ ପାଇଁ ବିଧି ବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୁଧବାର ଜୟପାଟଣା ଓକିଲ ସଂଘର ଏକ ବୈଠକରେ ସଂଘର ସଭାପତି ଶିଶିର ମୁଣ୍ଡଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରିଥିଲା। ପରେ ଆୟୋଜିତ ଖବର ଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି ବୈଠକରେ ଓକିଲ ପ୍ରମୋଦ ପଣ୍ଡା, ମହେଶ ପଣ୍ଡା, ରଜନୀକାନ୍ତ ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଳାପାଳଙ୍କୁ ଅବଗତ କରାଯାଇଥିବା ଓକିଲ ସଂଘ ତରଫରୁ ପ୍ରକାଶ।

 

Leave A Reply