ଆକ୍ରମଣପରେ ବିଜେପି କାର୍ଯ୍ୟାଳୟକୁ ହେଲମେଟ୍‌ ପିନ୍ଧି ଖବର ସଂଗ୍ରହ ପାଇଁ ଆସିଲେ ସମସ୍ତ ଗଣମାଧ୍ୟମର ପ୍ରତିନିଧି

0

ରାୟପୁର(ଛତିଶଗଡ)..- ବିଜେପି କାର୍ଯ୍ୟାଳୟରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣପରେ ବିଜେପି କାର୍ଯ୍ୟାଳୟକୁ ଜଣେ   ଖବର ସଂଗ୍ରହ ପାଇଁ ସମସ୍ତ ସାମ୍ବାଦିକ ହେଲ୍‌ମେଟ୍‌ ପିନ୍ଧିକରି ଆସିଥିବା ଦେଖିବାକୁ ମିଳିଥିଲା ।

ଗତ ସପ୍ତାହରେ ରାୟପୁର  ବିଜେପି  ବିଧାନସଭା ନିର୍ବାଚନରେ ହାରିବାର କାରଣକୁ ନେଇ  ଆତ୍ମ ସମୀକ୍ଷା କରୁଥିଲା । ଏତିକି ବେଳେ  ଖବର ସଂଗ୍ରେହ ପାଇଁ କିଛି ସାମ୍ବାଦିକ ସେଠାରେ ପହଞ୍ଚିଥିଲେ । ସେହି ସମୟରେ ବିଜେପିର  ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ଏହାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ବିଜେପିର କର୍ମକର୍ତ୍ତାମାନେ ମାରପିଟ୍‌ କରିବା ସହ ମୋବାଇଲ୍ ଛଡାଇ ନେଇଥିଲେ ଓ ଭିଡିଓ ଡିଲିଟ୍‌ କରିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।  ପରେ ସମସ୍ତ ସାମ୍ବାଦିକ ଏକାଠି ହୋଇ ସେଠାରେ ଧାରଣାରେ ବସିଥିଲେ । ପୁଲିସ ଏହି ଘଟଣାରେ ବିଜେପିର ଜଣେ ଜିଲ୍ଲା ସଭାପତିଙ୍କ ସହ ତିନି ଜଣଙ୍କୁ ଗିରଫ କରିଥିଲା ।  ଏହାପରେ ସାମ୍ବାଦିକମାନେ ବିରୋଧ କରିବାର ନୂଆ ଉପାୟ ଅବଲମ୍ବନ କରିଛନ୍ତି। ବିଜେପି କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବାକୁ ଯିବାସମୟରେ ହେଲମେଟ୍‌ ପିନ୍ଧି  ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ।

Leave A Reply