ଟ୍ୱେଣ୍ଟି-୨୦ କ୍ରିକେଟରୁ ଝୁଲଣଙ୍କ ଅବସର

0

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ ଗୁରୁବାର ଟ୍ୱେଣ୍ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟା ଝୁଲଣ ୨୦୦୬ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ନିଜର ଟ୍ୱେଣ୍ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ । ବିଗତ ୧୨ ବର୍ଷ ମଧ୍ୟରେ ସେ ୬୮ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳି ୨୧.୯୪ ହାରରେ ମୋଟ ୫୬ଟି ୱିକେଟ ଅକ୍ତିଆର କରିଛନ୍ତି। ୨୦୧୨ ମାର୍ଚ୍ଚରେ ବିଶାଖାପାଟଣାରେ ଖେଳାଯାଇଥିବା ଟ୍ୱେଣ୍ଟି୨୦ ମ୍ୟାଚରେ ୧୧ ରନରେ ୫ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଚଳିତବର୍ଷ ଜୁନରେ ବାଂଲାଦେଶ ବିପକ୍ଷରେ ଏସିଆ କପ୍‍ ଫାଇନାଲ ତାଙ୍କର ଶେଷ ଟ୍ୱେଣ୍ଟି୨୦ ମ୍ୟାଚ ଥିଲା। କ୍ରିକେଟ କ୍ୟାରିୟରରେ ଅକୁଣ୍ଠ ସହଯୋଗ ଓ ସମର୍ଥନ ଦେଇଥିବାରୁ ଝୁଲଣ ଏହି ଅବସରରେ ସାଥୀ ଖେଳାଳି, ବିସିସିଆଇ କର୍ତ୍ତୃପକ୍ଷ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷରେ ଟ୍ୱେଣ୍ଟି୨୦ରୁ ଅବସର ନେଇଥିଲେ ସୁଦ୍ଧା ଅନ୍ୟ ଦୁଇଟି ଫର୍ମାଟରେ ଝୁଲଣ ତାଙ୍କର ଉନ୍ନତ ପ୍ରଦର୍ଶନ ଜାରି ରଖିବେ ବୋଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଝୁଲଣ ଭାରତ ପକ୍ଷରୁ ୧୦ଟି ଟେଷ୍ଟ ଓ ୧୬୯ଟି ଦିନିକିଆ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି। ଦିନିକିଆରେ ପ୍ରଥମ ବୋଲରଭାବେ ୨୦୦ ୱିକେଟ ଅକ୍ତିଆର କରି

Leave A Reply