ଟ୍ରକ୍-ଟ୍ରଲର ମୁହାଁମୁହିଁ ଧକ୍କା, ଟ୍ରଲର ଚାଳକ ମୃତ

0

ଝାରସୁଗୁଡା : ଝାରସୁଗୁଡା ଜିଲା ଏନଏଚ୍ ୪୯ କଣ୍ଟାପାଲି ନିକଟରେ ଏକ ଟ୍ରକ୍-ଟ୍ରଲର ମୁହାଁମୁହିଁ ଧକ୍କା ହେବାଦ୍ବରା ଟ୍ରଲର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରଲର ଚାଳକଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହେବାସହ ଟ୍ରକ ଚାଳକ ଓ ହେଲପର ଗୁରୁତର ଆହତ ହୋଇ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଖବରଅନୁସାରେ ଟ୍ରକଟି ଝାରସୁଗୁଡ଼ା ରୁ ରାଏପୁର ଯାଉଥିଲା ବେଳେ ତାର ବିପରୀତ ଦିଗରୁ ଆସୁଥିବା ଟ୍ରଲରକୁ ଧକ୍କା ଦେଇଥିଲା। ଯାହାଦ୍ବରା ଘଟଣା ସ୍ଥଳରେ ଟ୍ରଲର ଚାଳକର ମୃତ ହୋଇଥିବା ବେଳେ ଶବକୁ ଗ୍ୟାସ କଟର ସାହାଯ୍ୟରେ କାଟି ବାହାର କରାଯାଉଛି। ବିଟିଏମ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Leave A Reply