ଆଜି ବାହାରିପାରେ ଜେଇଇ ମେନ୍‍ ପରୀକ୍ଷା ଫଳ

0

ନୂଆଦିଲ୍ଲୀ: ସିବିଏସ୍‍ଇ ଦ୍ୱାରା ପରିଚାଳିତ ଜେଇଇ ମେନ୍‍ ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏଥିସହିତ ଜେଇଇ ଆଡ୍‍ଭାନ୍ସ ପାଇଁ ଯୋଗ୍ୟ ବିବେଚିତ ୨ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀଙ୍କ ନାମ ତାଲିକା ମଧ୍ୟ ପ୍ରକାଶ ପାଇବ। ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ ପରୀକ୍ଷାର୍ଥୀ ସେମାନଙ୍କର ପରୀକ୍ଷା ଫଳ ଜେଇଇମେନ୍‍ ଡଟ୍‍ ନାଇସ୍‍ ଡଟ୍‍ ଇନ୍‍ରେ ଦେଖିପାରିବେ। ଏତଦ୍‍ବ୍ୟତୀତ ସିବିଏସ୍‍ଇରେଜଲ୍ଟ ଡଟ୍‍ ନାଇସ୍‍ ଡଟ୍‍ ଇନ୍‍ ଓ ରେଜଲ୍ଟସ୍‍ ଡଟ୍‍ ନାଇସ୍‍ ଡଟ୍‍ ଇନ୍‍ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଚଳିତ ବର୍ଷ ପ୍ରାୟ ୧୪ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ମେନ୍‍ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଜେଇଇ ମେନ୍‍ର ଅଫ୍‍ଲାଇନ୍‍ ପରୀକ୍ଷା ଗତ ୮ ତାରିଖରେ ଏବଂ ଅନ୍‍ଲାଇନ୍‍ ପରୀକ୍ଷା ଗତ ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା।

Leave A Reply