ଯାଞ୍ଚ ହେବ ଜୟଲଳିତାଙ୍କ ବ୍ୟାଙ୍କ ଆକାଉଣ୍ଟ

0

ଚେନ୍ନଇ: ଜଷ୍ଟିସ ଏ ଅରୁମୁଘୁସ୍ୱାମୀ କମିଶନ ତାମିଲନାଡ଼ୁ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ କରିବ। ଏଥି ନିମନ୍ତେ କମିଶନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଛି। ସେହିପରି ଇଣ୍ଡିଆନ ଓଭରସିଜ୍‍ ବ୍ୟାଙ୍କର ପ୍ରାକ୍ତନ ପ୍ରବନ୍ଧକ ମହାଲକ୍ଷ୍ମୀଙ୍କୁ ମଧ୍ୟ ପଚରାଉଚରା କରିବ ଏହି ଟିମ୍‍। ଏହି ବ୍ୟାଙ୍କରେ ଜୟଲଳିତାଙ୍କ ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ରହିଛି। ସେହିପରି ଭି କେ ଶଶିକଳାଙ୍କୁ ମଧ୍ୟ ପୂର୍ବରୁ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ଟିମ୍‍ ପଚରାଉଚରା କରିଛି। ସେହିପରି ଜୟଲଳିତାଙ୍କୁ ଚକିତ୍ସା କରିଥିବା ଡାକ୍ତର ଜୟଶ୍ରୀ ଗୋପାଲନଙ୍କୁ ମଧ୍ୟ ଟିମ ପଚରାଉଚରା କରିବ। ଚିକିତ୍ସାରତ ଅବସ୍ଥାରେ ଜୟଲଳିତାଙ୍କ ଫଟୋକୁ ଗଣମାଧ୍ୟମରେ ପ୍ରକାଶ କରିଥିବା ଅଭିଯୋଗରେ ଏହି ଡାକ୍ତରଙ୍କୁ ଆପୋଲୋ କର୍ତ୍ତୁପକ୍ଷ ନିଲମ୍ବିତ କରିଥିଲେ। ଜୟଲଳିତାଙ୍କ ମଧୁମେହ ରୋଗକୁ ନିୟନ୍ତ୍ରଣ ପାଇଁ କେବଳ ଖାଦ୍ୟ ନିୟନ୍ତ୍ରଣ କରିବାକୁ କାହିଁକି ପରାମର୍ଶ ଦିଆଯାଇ ଥିଲା ଏ ସମ୍ପର୍କରେ ପଚାରି ବୁଝିବ ନବଗଠିତ ଟିମ। ଜୟଲଳିତାଙ୍କ ଓଜନ ହ୍ରାସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇ ଥିଲା। ତେବେ କେଉଁ କାରଣରୁ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ଓଜନ ହ୍ରାସ କରାଯାଇ ନଥିଲା ଏ ସମ୍ପର୍କରେ ଟିମ ପଚାରି ବୁଝିବେ।

Leave A Reply