ମୃତ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ

0

ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ସିଆଦୀମାଲର ଦୁଷ୍କର୍ମ ପୀଡିତ ମହିଳାଙ୍କ ମୃତ୍ୟୁ ପରେ ସମବେଦନା ଜଣାଇବା ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗାଁରେ ପହଞ୍ଚିଛନ୍ତି। ଶୋକସନ୍ତାପ ପରିବାରକୁ ଭେଟିବା ସହ ଦୁଇ କୁନି କୁନି ଛୁଆଙ୍କୁ ସମବେଦନା ଜଣେଇବଛନ୍ତି । ଏହା ସହ ଭବିଷ୍ୟତ ପାଇଁ ନିଜେ ସହଯୋଗର ହାତ ବଢ଼େଇବେ ବୋଲି ବୈଜୟନ୍ତ ପଣ୍ଡା ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ରାଜ୍ୟ ସରକାର ମଧ୍ୟ ପରିବାରକୁ ସହାୟତା ଯୋଗାଇବା ପାଇଁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୫ ତାରିଖ ରାତିରେ ସିଆଦୀମାଲ ଗ୍ରାମର ଜଣେ ମହିଳାଙ୍କୁ ଦୁଇ ଜଣ ଯୁବକ ଅମାନୁଷିକ ଭାବେ ଗଣବଳାତ୍କାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବ ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ସହ ସାଇଣ୍ଟିଫିକ୍‌ ଟିମ୍‌ ପୀଡ଼ିତାଙ୍କ ଘରେ ପହଞ୍ଚି ନମୂନା ସଂଗ୍ରହ କରିଥିଲା । ପୀଡିତାଙ୍କ ସ୍ବାମୀ ମାନସିକ ଅନଗ୍ରସର, ଶାଶୁ ଦୃଷ୍ଟିହୀନ ଏବଂ ତାଙ୍କର ଦୁଇଟି ପୁଅ ରହିଥିବା ଜଣାପଡିଛି ।

Leave A Reply