ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ : ଏମ୍ସ ଡାକ୍ତରଙ୍କୁ ସମନ

0

ଚେନ୍ନଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରୁଥିବା ଜଷ୍ଟିସ ଏ ଅରୁମୁଘାସ୍ୱାମୀ କମିସନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର (ଏମ୍ସ)ର ତିନିଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସମନ ଜାରି କରିଛନ୍ତି। ସମନ ପାଇଥିବା ଡାକ୍ତରମାନେ ହେଲେ ଏମ୍ସର ଫୁସଫୁସ୍‍ ବିଭାଗ ଡାକ୍ତର ଜିସି ଖିଲନାନି, ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ଅଞ୍ଜନ ତ୍ରିଖା ଓ ହୃତପିଣ୍ଡ ବିଭାଗ ପ୍ରଫେସର ଡାକ୍ତର ନୀତୀଶ ନାୟକ। ଏହି ଡାକ୍ତରମାନଙ୍କୁ ଅଗଷ୍ଟ ୨୩ ଓ ୨୪ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। କମିସନ ଏହି ଡାକ୍ତରମାନଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିବା ପୂର୍ବକ ସେମାନଙ୍କ ବୟାନ ରେକର୍ଡ କରିବ। ଜୟଲଳିତା ଚେନ୍ନଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଏହି ବିଶେଷଜ୍ଞ ଡାକ୍ତରମାନେ ବିଭିନ୍ନ ସମୟରେ ଜୟାଙ୍କର ଚିକିତ୍ସା କରିଥିଲେ। ଜୟାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ଡାକ୍ତର ତାହା ଜଣାଇବେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କମିସନ ୭୫ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିସାରିଲେଣି। ଏହି ସାକ୍ଷୀମାନଙ୍କ ମଧ୍ୟରୁ ୧୨ରୁ ଅଧିକ ଡାକ୍ତର। ଯେଉଁମାନେ ଆପୋଲୋ ହସ୍ପିଟାଲ ଓ ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ। ଏହା ସହିତ କମିଶନଙ୍କ ନିକଟରେ ୭ ଜଣ ସ୍ୱେଚ୍ଛାକୃତ ଭାବେ ନିଜର ପିଟିସନ ଦାଖଲ କରିଛନ୍ତି।

Leave A Reply