ଭଗତ ସିଂହଙ୍କୁ ଆତଙ୍କବାଦୀ କହି ଜମ୍ମୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିଲମ୍ବିତ

0

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କୁ ଜଣେ ଆତଙ୍କବାଦୀ ବୋଲି ସମ୍ବୋଧିତ କରି ଜମ୍ମୁ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ନିଲମ୍ବିତ ହୋଇଛନ୍ତି। ଅଧ୍ୟାପକ ତାଜୁଦ୍ଦିନ୍‍ ରାଜନୀତି ବିଜ୍ଞାନ ପଢାଉଥିବାବେଳେ ଭଗତ ସିଂହଙ୍କୁ ଜଣେ ଆତଙ୍କବାଦୀ ଭାବେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। “ଆମେ ଭଗତ ସିଂହଙ୍କୁ ଜଣେ ନାୟକ ଭାବେ ବର୍ଣ୍ଣନା କରୁଥିଲେ ମଧ୍ୟ ବାସ୍ତବପକ୍ଷେ ସେ ଜଣେ ଆତଙ୍କବାଦୀ’ ବୋଲି ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅଧ୍ୟାପକଙ୍କ ଏଭଳି ଶିକ୍ଷା ଛାତ୍ରଛାତ୍ରୀଙ୍କୁ ବିଚଳିତ କରିବା ସହ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇ ଥିଲା।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। କମିଟିର ରିପୋର୍ଟକୁ ଭିତ୍ତି କରି ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି।

Leave A Reply