ହତ୍ୟା ପରେ ଏସିଡ୍‍ ପକାଇ ନଷ୍ଟ କଲେ ଜମାଲ ଖସୋଗିଙ୍କ ଶରୀର!

0

ତୁର୍କୀ : ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାକୁ ନେଇ ଗୋଟିଏ ପରେ ଗୋଟିଏ ରହସ୍ୟରୁ ପରଦା ଉଠୁଛି। ତୁର୍କିର ଏକ ଖରବକାଗଜ ସୂଚନା ଅନୁସାରେ ଖସୋଗିଙ୍କ ହତ୍ୟାକାରୀ ତାଙ୍କୁ ହତ୍ୟା କରିବା ପରେ ଶବ ଉପରେ ଏସିଡ୍‍ ପକାଇ ନଷ୍ଟ କରାଯାଇଥିଲା। ପରେ ବଳିଥିବା ଅଂଶ ବିଶେଷକୁ ନାଳରେ ଭସାଇ ଦେଇଥିଲେ। ତୁର୍କୀ ରାଷ୍ଟ୍ରପତିଙ୍କ କହିବା ଅନୁସାରେ ଖସୋଗିଙ୍କ ହତ୍ୟା ସମନ୍ଧିତ ସମସ୍ତ ଭିଡିଓ ସାଉଦି ଆରବ, ଆମେରିକା ସମେତ ଅନ୍ୟ କେତେକ ଦେଶକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଖସୋଗୀ ବିବାହ ପାଇଁ ଆବଶ୍ୟକୀୟ କାଗଜପତ୍ର ନିମନ୍ତେ ଅକ୍ଟୋବର ୨ ତାରିଖରେ ବାଣିଜ୍ୟ ଦୂତାବାସରେ ଯିବା ସିସିଟିଭିରେ ଦେଖିବାକୁ ମିଳିଛି।

Leave A Reply