ଲାଞ୍ଚ ନେବା ମାମଲାରେ ଦୋଷୀ ସରକାରୀ କର୍ମଚାରୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

0

ବ୍ରହ୍ମପୁର: ଏକ ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚୁଡାନ୍ତ ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ତଥା ଗଞ୍ଜାମ ଜିଲ୍ଲା ବୁଗୁଡା ତହସିଲଦାରଙ୍କ କାର୍ଯ୍ୟାଳୟର ନାଜିର ହରି ମୋହନ ପଟ୍ଟନାୟକ ଘରର ପଟା କରାଇଦେବା ପାଇଁ ଧୋବା ପ୍ରଧାନଙ୍କ ଠାରୁ୧୬ଶହ ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରପଡି ଗିରଫ ହୋଇଥିଲେ। ଏହି ମାମଲାରେ ଶନିବାରରେ   ପାଇଥିବା ଚୁଡାନ୍ତ ରାୟ  ପ୍ରକାଶ ପାଇଛି । ଅଭିଯୁକ୍ତ ହରି ମୋହନ ପଟ୍ଟନାୟକଙ୍କୁ ୨ବର୍ଷ ଜେଲ ଦଣ୍ଡ ଓ ୩ହଜାର ଟଙ୍କା ଜୋରିମାନାରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୩ମାସ ଜେଲ ଦଣ୍ଡ ପାଇଁ ରାୟରେ  ଉଲ୍ଲେଖ ରହିଛି। ମାମଲାରେ ୧୩ଜଣ ସାକ୍ଷୀଙ୍କ ସାକ୍ଷଗ୍ରହଣ କରାଯାଇଥିଲା।

Leave A Reply