ଆଇଟି ଆକ୍ଟ ୬୬(କ)କୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଆଇଟି ଅଧିନିୟମ ଧାରା ୬୬(କ)ରେ ହେଉଥିବା ଗିରଫଦାରୀକୁ ରୋକିବା ପାଇଁ ଉଚିତ୍‍ ପଦକ୍ଷେପ ନେଇନଥିବାରୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍‍ ଆରଏଫ୍‍ ନରିମ୍‍ନଙ୍କ ପୀଠ ଗିରଫଦାରୀ ଦାବି କରୁଥିବା ଜନସ୍ୱାର୍ଥ ମାମଲା ଉପରେ ଜବାବ ରଖିବାକୁ କେନ୍ଦ୍ର ସରାକରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି। ଶୁଣାଣି ବେଳେ ଜଷ୍ଟିସ୍‍ ନରିମନ୍‍ କହିଥିଲେ ଯେ ଯଦି ୬୬(କ) ଧାରାରେ ଗିରଫଦାରୀ ହେଉଥିବା ପ୍ରମାଣ ମିଳେ ତେବେ ଗିରଫଦାରୀ ଆଦେଶ ଦେଇଥିବା ସମସ୍ତ ଅଧିକାରୀଙ୍କୁ ଜେଲ ପଠାଇ ଦିଆଯିବ।
ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ସୁପ୍ରିମକୋର୍ଟ ଆଇଟି ଧାରା ୬୬(କ)ର ଉଚ୍ଛେଦ କରିଥିଲେ। ଏହା ପରେ ବି ଏହି ଧାରାରେ ଗିରଫଦାରୀ ହେଉଥିବା ଅଭିଯୋଗ ହେଉଛି। ଉଚ୍ଛେଦ ଧାରାରେ ୱେବସାଇଟରେ ଅପମାନଜନକ ତଥ୍ୟ କିମ୍ବା ସେହିଭଳି କିଛି ପୋଷ୍ଟ ସେୟାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବାର ପ୍ରାବଧାନ ରହିଥିଲା।
ଏହି ଗିରଫଦାରୀ ନେଇ ମାନବାଧିକାର ସଂଗଠନ ପିପୁଲ୍ସ ୟୁନିଅନ ଅଫ ସିଭିଲ୍‍ ଲିବର୍ଟିଜ୍‍(ପିୟୁସିଏଲ) ପକ୍ଷରୁ ଜନ ସ୍ୱାର୍ଥ୍ୟ ମାମଲା ରୁଜୁ କରାଯାଇଛି। ପିୟୁସିଏଲ ନିଜ ଆବେଦନରେ ଦାବି କରିଛି ଯେ ଧାରା ୬୬(କ) ଉଚ୍ଛେଦ ହେବା ପରେ ବି ଏଭଳି ମାମଲାରେ ୨୨ରୁ ଊର୍ଦ୍ଧ୍ବ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Leave A Reply