ରୁଷ ବିମାନ ଆକ୍ରମଣରେ ବାଗଦାଦୀର ସାନପୁଅ ମୃତ

0

ବାଗଦାଦ : ରୁଷର ବିମାନ ଆକ୍ରମଣରେ ଇସଲାମିକ ଷ୍ଟେଟ୍‍ (ଆଇଏସ୍‍ଆଇଏସ୍‍) ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠାତା ଅବୁବକ୍ର ଅଲବାଗଦାଦୀର ସାନପୁଅର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୨୨ରେ ରୁଷ ବାୟୁସେନା ପକ୍ଷରୁ ସିରିଆର ଏକ ଗ୍ରାମରେ ଥିବା ଅତାଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ବାଗଦାଦୀର ସାନପୁଅର ମୃତ୍ୟୁ ଘଟିଛି ବୋଲି ଇରାକର ଜଣେ ସୈନ୍ୟ କମାଣ୍ଡର ପ୍ରକାଶ କରିଛନ୍ତି। ବାଗଦାଦୀର ମୃତ ସାନପୁଅର ନାମ ଏବଂ ବୟସ ନେଇ ଅଧିକ ତଥ୍ୟ ମିଳିନାହିଁ। ଏହା ପୂର୍ବରୁ ଏକ ବିମାନ ଆକ୍ରମଣରେ ବାଗଦାଦୀର ଅନ୍ୟ ଜଣେ ପୁଅ ହୁଦାୟଫାହର ଅଲ ବଦରୀର ମୃତ୍ୟୁ ଘଟିଥିଲା।

Leave A Reply