ବିଜୁଳି ସଙ୍କଟରେ ଇରାକ୍‍

0

ବାଗଦାଦ୍‍: ଆମେରିକା ଓ ଇରାନ ଦ୍ୱାରା ଇରାକ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ୯୦ଦିନ ପାଇଁ କୋହଳ କରାଯାଇଛି। ଏହି ସମୟସୀମା ମଧ୍ୟରେ ଇରାକକୁ ତେହେରାନଠାରୁ ବିଜୁଳି କିଣିବାକୁ ପଡ଼ିବ। ନଚେତ ଅନ୍ଧାର ହେବ ଇରାକ୍‍। ଇରାକରେ ବିଦ୍ୟୁତ ସଙ୍କଟ ଏତେ ଉତ୍କଟ ହୋଇଛି ଯେ, ଘରୋଇ ବିଦ୍ୟୁତ ଆବଶ୍ୟକତା ପୂରଣ କରିବାରେ ଦେଶ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ନାହିଁ।
ଆମେରିକା ଦ୍ୱାରା ଇରାକ ଉପରେ ଲଗାଯାଇ ଥିବା ପ୍ରତିବନ୍ଧକ ହେତୁ ଇରାକ ତା’ର ପ୍ରମୁଖ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଇରାନଠାରୁ କ୍ରୟ କରିପାରୁ ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ୪୫ଦିନ ପାଇଁ ପ୍ରତିବନ୍ଧକ ହଟାଇ ଥିଲା। ଏହି ସମୟସୀମା ମଧ୍ୟରେ ଇରାକ୍‍ ଅବଶ୍ୟକୀୟ ବିଦ୍ୟୁତ ଓ ଗ୍ୟାସ ଇରାନଠାରୁ ସଂଗ୍ରହ କରିବାକୁ ସମୟ ଧାର୍ଯ୍ୟ କରାଯାଇ ଥିଲା। ତେବେ ଇରାକର ଆବଶ୍ୟକତା ତୁଳନାରେ ଇରାନ ଦ୍ୱାରା ପ୍ରଦାନ କରାଯାଉ ଥିବା ବିଦ୍ୟୁତ ଶକ୍ତି ଇରାକକୁ ନିୟଣ୍ଟ ହେଉଛି। ଫଳରେ ଅଧିକ ୯୦ଦିନ ପାଇଁ ସମୟସୀମାକୁ ବୃଦ୍ଧି କରିଛି ଆମେରିକା।

Leave A Reply