ଲୋକଙ୍କ ନିକଟତର ହୁଅ ଓ ସେମାନଙ୍କ ସମସ୍ୟାକୁ ବୁଝ; ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ୬୧ତମ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀର ଉଦଯାପନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୁଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଲୋକଙ୍କ ନିକଟତର ହେବାକୁ ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ନିକଟତର ହୁଅ ଓ ସେମାନଙ୍କ ସମସ୍ୟାକୁ ବୁଝ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁଲସ ଠାରୁ ଲୋକେ କ’ଣ ଆଶା କରୁଛନ୍ତି ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ।  ପୁଲିସ ଅଧିକାରୀ ବହୁତ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏକ ଉତ୍ତମ ବାତାବରଣ ଦେବାକୁ ଆମେ ସର୍ବଦା ଚେଷ୍ଟିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ପୁଲିସକୁ ଏବଂ ହକି ବିଶ୍ବକପ୍ ସଫଳ ପରିଚାଳନା ପାଇଁ କମିଶନରେଟ୍ ପୁଲିସକୁ  ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

Leave A Reply