ନୀରବଙ୍କ ଭଉଣୀ ପୁରବୀ ମୋଦୀଙ୍କ ବିରୁଦ୍ଧରେ ରେଡ୍‍ କର୍ଣ୍ଣର ନୋଟିସ

0

ନୂଆଦିଲ୍ଲୀ : ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ଭଉଣୀ ପୁରବୀ ମୋଦୀଙ୍କ ବିରୁଦ୍ଧରେ ଇଣ୍ଟରପୋଲ ରେଡ୍‍ କର୍ଣ୍ଣର ନୋଟିସ ଜାରୀ କରିଛି। ପୁରବୀ ମୋଦୀ ହେଉଛନ୍ତି ବେଲଜିୟମର ନାଗରିକ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଗିରଫ ୱାରେଣ୍ଟ ଭାବେ ରେଡ୍‍ କର୍ଣ୍ଣର ନୋଟିସ ଜାରୀ କରାଯାଇଛି। ବେଆଇନ ଅର୍ଥ ଲଗାଣ ଓ କାରବାର ଅଭିଯୋଗରେ ପୁରବୀ ମୋଦୀ(୪୪) ଫେରାର ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧ କ୍ରମେ ପୁରବୀ ମୋଦୀଙ୍କ ବିରୁଦ୍ଧରେ ଇଣ୍ଟରପୋଲ ରେଡ୍‍ କର୍ଣ୍ଣର ନୋଟିସ ଜାରୀ କରିଛି।
ସୂଚନା ଯୋଗ୍ୟଯେ, ପଳାତକଙ୍କ ବିରୁଦ୍ଧରେ ଥରେ ରେଡ୍‍ କର୍ଣ୍ଣର ନୋଟିସ ଜାରୀ ହେବାପରେ ଇଣ୍ଟରପୋଲର ୧୯୨ ସଦସ୍ୟ ରାଷ୍ଟ୍ରରେ ପଳାତକ ବ୍ୟକ୍ତି ଧରାପଡିଲେ ଗିରଫ ଅବା ହେପାଜତକୁ ନେଇ ପ୍ରତ୍ୟର୍ପଣ ଅବା ନିଜ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ।

Leave A Reply