କଂଗ୍ରେସ ନେତାଙ୍କ ଅପ୍ରୀତିକର ମନ୍ତବ୍ୟ; କହିଲେ ଉପା ସରକାର ସମୟରେ ଅଭିନନ୍ଦନ ଫାଇଟର ପାଇଲଟ ଭାବେ ପରିପକ୍ବ ହୋଇଥିଲେ

0

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ସ୍ବଦେଶ ଫେରିବା ପରେ ଦେଶବାସୀ ଉତ୍ସବ ମନାଉଥିବାବେଳେ କଂଗ୍ରେସ ଏହାକୁ ନେଇ ରାଜନୀତି ଆରମ୍ଭ କରିଦେଇଛି। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏ ନେଇ ଏକ ଅପ୍ରୀତିକର ମନ୍ତବ୍ୟ ଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

ନିଜ ଟୁଇଟର ପୋଷ୍ଟରେ ଖୁର୍ସିଦ ଉଲ୍ଲେଖ କରିଛନ୍ତି ଯେ, ‘ଶତ୍ରୁଙ୍କ ଆକ୍ରମଣକୁ ମାତ୍‌ ଦେବା ପାଇଁ ଭାରତର ଚେହେରା ଅଭିନନ୍ଦନଙ୍କୁ ଅନେକ ଶୁଭେଚ୍ଛା। ପ୍ରତିକୂଳ ପରିସ୍ଥିତିରେ ସନ୍ତୁଳନ ଏବଂ ଆତ୍ମବିଶ୍ଵାସ ରଖୁଥିବା ଚେହେରା ହେଉଛନ୍ତି ଅଭିନନ୍ଦନ। ଆମେ ଗର୍ବ ଅନୁଭବ କରୁଛୁ ଯେ, ସେ ୨୦୦୪ରେ ୱିଙ୍ଗ କମାଣ୍ଡର ହୋଇଥିଲେ ଏବଂ ଉପା ସରକାର ସମୟରେ ଜଣେ ଫାଇଟର ପାଇଲଟ ଭାବେ ପରିପକ୍ବ ହୋଇପାରିଥିଲେ।’

କଂଗ୍ରେସ ନେତାଙ୍କ ଏପରି ବିବାଦୀୟ ବୟାନ ଦେବା ନୂଆ କଥା ନୁହେଁ। ଗତବର୍ଷ ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ପରେ କଂଗ୍ରେସ ଅନୁରୂପ ମନ୍ତବ୍ୟ ଦେଇଥିଲା। କଂଗ୍ରେସ ପକ୍ଷରୁ ଟୁଇଟ୍‌ କରାଯାଇଥିଲା ଯେ, ୨୦୧୩ରେ ଉପା ସରକାର ସମୟରେ ଶ୍ରୀଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave A Reply