ସୋମବାର ଉଡ଼ିବ ଭାରତରେ ପ୍ରଥମ ଜୈବ ଇନ୍ଧନ ବିମାନ

0

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ପରେ ଭାରତ ପ୍ରଥମ ଥର ପାଇଁ ଜୈବ ଇନ୍ଧନରେ ବିମାନ ଉଡ଼ାଇବାକୁ ଯାଉଛି। ସ୍ପାଇସ ଜେଟ୍‍ର ଏହି ବିମାନ ସୋମବାର ଡେରାଡ଼ୁନରୁ ନୂଆଦିଲ୍ଲୀକୁ ଉଡିବ। ପ୍ରଥମେ ଡେରାଡୁନ ବିମାନବନ୍ଦରରେ ଏହାର ପରୀକ୍ଷାମୂଳକ ଉଡ଼ାଣ କରାଯିବ। ଆକାଶରେ ୧୦ମିନିଟ ଉଡ଼ିବା ପରେ ବିମାନକୁ ବିମାନବନ୍ଦରରେ ଅବତରଣ କରାଯିବ। ଏହି ପରୀକ୍ଷା ସଫଳ ହେଲେ ଉକ୍ତ ବିମାନ ଡେରାଡୁନରୁ ନୂଆଦିଲ୍ଲୀ ଗସ୍ତ କରିବ। ଚଳିତ ବର୍ଷ ଜାନୁୟାରୀରେ ଅଷ୍ଟ୍ରେଲିୟା ଜୈବ ଇନ୍ଧନ ଦ୍ୱାରା ବିମାନ ଉଡ଼ାଇ ସଫଳ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ୨୦୧୩ରେ ଜୈବ ଇନ୍ଧନ ବ୍ୟବହାର କରି ପ୍ରଥମ ଥର ପାଇଁ ନ୍ୟୁୟର୍କରୁ ଆମଟ୍ରାଡମକୁ ବିମାନ ଉଡ଼ାଇ ଥିଲା।

Leave A Reply