୨୮ ଭାରତୀୟ ଔଷଧ ଉପରୁ ଆମଦାନୀ ଶୁଳ୍କ ଉଚ୍ଛେଦ କଲା ଚୀନ୍‍

0

ନୂଆଦିଲ୍ଲୀ: ଭାରତ ନିର୍ମିତ ୨୮ଟି ଔଷଧ ଉପରୁ ଚୀନ୍‍ ଆମଦାନୀ ଶୁଳ୍କ ଉଚ୍ଛେଦ କରିଛି। ମେ’ ୧ ତାରିଖରୁ ଶୁଳ୍କ ଉଚ୍ଛେଦ ହୋଇଥିବା ଚୀନ୍‍ କହିଛି। ମୋଦି-ଜିନପିଙ୍ଗଙ୍କ ଅନୌପଚାରିକ ସାକ୍ଷାତ-ଆଲୋଚନାର ସୁଫଳ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଗକୁ ଆହୁରି ଅନେକ ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ କୋହଳ କରାଯିବା ପାଇଁ ଚିନ୍ତା କରାଯାଉଛି ଏବଂ ଚୀନ୍‍ର ଏହି ପଦକ୍ଷେପ ଦ୍ୱାରା ଆଗକୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସନ୍ତୁଳନ ବୃଦ୍ଧି ପାଇବ ବୋଲି ଚୀନ୍‍ ରାଷ୍ଟ୍ରଦୂତ କହିଛନ୍ତି। ଗତ କିଛି ବର୍ଷ ହେଲା ଚୀନ୍‍ର ବାଣିଜ୍ୟ ନିଅଣ୍ଟ ପରିମାଣ ଉଦ୍‍ବେଗଜନକ ଭାବେ ହ୍ରାସ ପାଇଛି। ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଚୀନ୍‍ ଏହି ନୂଆ ପଦକ୍ଷେପ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି।

Leave A Reply