ପାଣିରେ ବୁଡିଯାଇ ଭାରତୀୟ ବଂଶୋଦ୍ଭବ ଅର୍ଥନୈତିଜ୍ଞ ମୃତ

0

ନୂଆଦିଲ୍ଲୀ: ବାଲି ଦ୍ୱୀପର ସମୁଦ୍ରରେ ବୁଡି ଯିବା ଯୋଗୁଁ ଜଣେ ଭାରତୀୟ ବଂଶୋଦ୍ଭବ ଅର୍ଥନୈତିଜ୍ଞଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ଅର୍ଥନୈତିଜ୍ଞ ଜଣକ ହେଲେ ୩୭ ବର୍ଷୀୟା  ଆକାଂକ୍ଷା ପାଣ୍ଡେ । ସେ ବିଶ୍ୱ ବ୍ୟାଙ୍କରେ ଜଣେ ବରିଷ୍ଠ ଅର୍ଥନୈତିଜ୍ଞ ଭାବେ କାମ କରୁଥିଲେ । ବାଲି ଦ୍ୱୀପର ବେଳାଭୂମିରେ ସେ ପହଁରୁଥିବା ବେଳେ ବୁଡିଯାଇଥିଲେ ।

ସେ ସମୁଦ୍ରରେ ପହଁରୁଥିବା ବେଳେ ଉଚ୍ଚ ଲହରୀ ଆସିଥିବାରୁ ଭାସି ଯାଇଥିଲେ । ଆକାଂକ୍ଷା ଆମେରିକାର ବସବାସ କରୁଥିଲେ । ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ଦେଶମାନଙ୍କ ବିଷୟରେ ସେ ବିଶ୍ୱ ବ୍ୟାଙ୍କ ପାଇଁ ସ୍ୱାସ୍ଥ୍ୟ ଓ  ଅର୍ଥନୈତିକ ରିପୋର୍ଟ ପ୍ରସ୍ତୁତ କରୁଥିଲେ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply