ମୃତ୍ୟୁଦଣ୍ଡ ସମ୍ପର୍କିତ ଜାତିସଂଘ ପ୍ରସ୍ତାବକୁ ଭାରତର ବିରୋଧ

0

ଜାତିସଂଘ : ମୃତ୍ୟୁଦଣ୍ଡ ସମ୍ପର୍କରେ ଜାତିସଂଘ ସାଧାରଣ ପରିଷଦ ପ୍ରସ୍ତାବ ବିରୋଧରେ ଭୋଟ ଦେଇଛି ଭାରତ। ଏହି ପ୍ରସ୍ତାବ ଦେଶର ପ୍ରଚଳିତ ବିଧିର ବିରୋଧାଚରଣ କରୁଥିବା ଦର୍ଶାଇ ଭାରତ ଏହାକୁ ବିରୋଧ କରିଛି। ଭାରତରେ ‘ବିରଳରୁ ବିରଳତମ’ ଘଟଣାରେ ଫାଶୀଦଣ୍ଡ ଦିଆଯାଉଥିବା ଦର୍ଶାଇଛନ୍ତି ଭାରତୀୟ ପ୍ରତିନିଧି ପୌଲମି ତ୍ରିପାଠୀ। ଭାରତର ବିରୋଧ ସତ୍ତ୍ବେ ଉକ୍ତ ପ୍ରସ୍ତାବ ଜାତିସଂଘର ତୃତୀୟ କମିଟି (ସାମାଜିକ, ମାନବିବକତା, ସଂସ୍କୃତି)ରେ ୧୨୩ ଭୋଟ୍‍ରେ ଗୃହୀତ ହୋଇଛି। ପ୍ରସ୍ତାବ ବିରୋଧରେ ମାତ୍ର ୩୬ଟି ଭୋଟ ପଡ଼ିଥିବାବେଳେ ୩୦ ଦେଶର ପ୍ରତିନିଧି ଅନୁପସ୍ଥିତ ଥିଲେ। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ସମସ୍ତ ରାଷ୍ଟ୍ର ଫାଶୀଦଣ୍ଡ ପାଉଥିବା ବ୍ୟକ୍ତିଙ୍କ ଅଧିକାର ପ୍ରତି ସମ୍ମାନ ଦେବେ ଓ କୌଣସି କ୍ଷେତ୍ରରେ ଆଇନଗତ ବାଛବିଚାର କରାଯିବ ନାହିଁ।

Leave A Reply