ରୋମାଞ୍ଚକର ସ୍ଥିତିରେ ମେଲବୋର୍ଣ୍ଣ ଟେଷ୍ଟ : ଭାରତ ୩୪୬ ରନରେ ଆଗୁଆ

0

ମେଲବୋର୍ଣ୍ଣ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣଠାରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଥିବା ଭାରତ ୨ୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ଓ ସମ୍ମୁଖୀନ ହୋଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ତା’ର ଦ୍ୱିତୀୟ ଇନିଂସରେ ୫ ୱିକେଟ୍‍ ହରାଇ ୫୪ ରନ୍‍ ସଂଗ୍ରହ କରିଛି। ଋଷଭ୍‍ ପନ୍ଥ ୬ରନ୍‍ ଓ ମୟଙ୍କ ଅଗ୍ରୱାଲ ୨୮ ରନ୍‍ କରି ଅପରାଜିତ ଅଛନ୍ତି।
ପୂର୍ବରୁ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇଂନିସରେ ୧୫୧ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତ ୩୪୬ ରନ୍‍ ଆଗରେ ରହିଛି। ଭାରତ ପକ୍ଷରୁ ଯଶପ୍ରୀତ୍‍ ବୁମ୍‍ରାହ ୩୩ ରନ୍‍ ଦେଇ ୬ ୱିକେଟ୍‍ ହାସଲ କରି ତାଙ୍କ କ୍ରୀଡ଼ା ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।
ଚଳିତ ସିରିଜରେ  ଭାରତର ନିର୍ଭରଯୋଗ୍ୟ ବ୍ୟାଟସ ମ୍ୟାନ ଚେତେଶ୍ୱର ପୂଜାରା ତାଙ୍କର ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ଚଳିତ ଟେଷ୍ଟର ପ୍ରଥମ ଇନିଂରେ  ସେ ୧୦୬ରନ୍‍ କରିଥିଲେ ମଧ୍ୟ ଦ୍ୱିତୀୟ ଇନିଂସ୍‍ରେ କୌଣସି ରନ୍‍ ସଂଗ୍ରହ କରି ନ ପାରି ଆଉଟ ହୋଇଥିଲେ। ଆସନ୍ତାକାଲି ଚତୁର୍ଥ ଦିନରେ ମୟଙ୍କ ଅଗ୍ରୱାଲ ଓ ରିଶଭ୍‍ ପନ୍ଥ ୨ୟ ଇନିଂସ ବ୍ୟାଟିଂ ଜାରି ରଖିବେ।
ସୂଚନାଯୋଗ୍ୟ ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଁଏ ବିଜୟ ସହ ସମାନ୧-୧ ସ୍ତରରେ ରହିଛନ୍ତି। ଭାରତ ଆଡିଲେଡ୍‍ ଟ୍ରେଷ୍ଟରେ  ୩୧ ରନରେ  ବିଜୟ ହସାଲ କରିଥିବା ବେଳେ ଅଷ୍ଟ୍ରେଲିଆ ପର୍ର୍ଥ୍‍ଥରେ ଭାରତକୁ ୧୪୬ରନରେ  ପରାସ୍ତ କରିଥିଲା।

Leave A Reply