ଆୟକର ଦାତାଙ୍କୁ ଆଶ୍ବସ୍ତି – ଯିବାକୁ ହେବନି ଆୟକର କାର୍ଯ୍ୟାଳୟ

0

ନୂଆଦିଲ୍ଲୀ: ଆୟକର ଦାତାମାନଙ୍କ ପାଇଁ କେନ୍ଦ୍ର ସରକାର ଇ-ଆକଳନ ଯୋଜନା ବା ପରୋକ୍ଷ ଆକଳନ ଯୋଜନା ଘୋଷଣା କରିଛନ୍ତି। ଏକ ଗେଜେଟ୍‍ ବିଜ୍ଞପ୍ତି ଅନୁଯାୟୀ, ଏହି ଯୋଜନା ଅଧୀନରେ ଜାତୀୟ ଇ- ଆକଳନ କେନ୍ଦ୍ର ଖୋଲାଯିବ। କେନ୍ଦ୍ର ସରକାର ଆୟକର ଦାତାମାନଙ୍କୁ ନୋଟିସ୍‍ ଜାରି କରିବେ ଏବଂ ଯେଉଁ ଅଧିକାରୀ ସେମାନଙ୍କର ଆୟକର ଆକଳନ କରିବେ ତାହା ମଧ୍ୟ ଜଣାଇଦେବେ। କରଦାତାମାନଙ୍କଠାରୁ ୧୫ ଦିନ ଭିତରେ ଉତ୍ତର ପାଇଲା ପରେ କେନ୍ଦ୍ର ସରକାର ଜଣେ ଆୟକର ଅଧିକାରୀଙ୍କୁ ସ୍ୱୟଂକ୍ଷମ ବ୍ୟବସ୍ଥାନ ଅଧୀନରେ ଏହି ଦାୟିତ୍ୱ ପ୍ରଦାନ କରିବେ।

ବିଜ୍ଞପ୍ତିରେ କୁହାଯାଇଛି, ଏହାଦ୍ୱାରା କୌଣସି ବ୍ୟକ୍ତି ଆୟକର କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାର ଆବଶ୍ୟକତା ନାହିଁ କିମ୍ବା ତାଙ୍କ ତରଫରୁ କୌଣସି କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କୁ ପଠାଇବାର ମଧ୍ୟ ଆବଶ୍ୟକତା ନାହିଁ। ଏ ସଂକ୍ରାନ୍ତୀୟ ସବୁ ଅଭିଯୋଗଗୁଡ଼ିକର ଶୁଣାଣି କେବଳ ଭିଡ଼ିଓ ଲିଙ୍କ୍‍ ମାଧ୍ୟମରେ କରାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply