ହିମାଚଳରେ ଦୁର୍ଘଟଣା ୧୧ମୃତ

0

କୁଲୁ: ହିମାଚଳପ୍ରଦେଶର କୁଲୁଠାରେ ଏକ ମାରୁତି ଜିପସି ଭାରସାମ୍ୟ ହରାଇ ପାହାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ୧୧ଜଣ ପ୍ରାଣ ହରାଇଛନ୍ତି। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱରେ ଥିବା ପଥର ଖଣ୍ଡରେ ମାଡ଼ ହେବାରୁ ଏଭଳି ଭୟାଭୟ ଦୁର୍ଘଟଣା ଘଟିଛି। ୧୧ଜଣ ମୃତକଙ୍କ ମଧ୍ୟରୁ ୫ଜଣ ମହିଳା ଥିବାବେଳେ ୩ଜଣ ଶିଶୁ ଅଟନ୍ତି। ଦୁର୍ଘଟଣା ସମୟରେ ପ୍ରଚଣ୍ଡ ବର୍ଷା ହେତୁ ଡ୍ରାଇଭର ସମ୍ମୁଖ ରାସ୍ତା ଦେଖି ପରି ନଥିବା ଅନୁମାନ କରାଯାଉଛି। ଖରାପ ପାଣିପାଗ ହେତୁ ଘଟଣାଟି ବୁଧବାର ରାତିରେ ହୋଇଥିଲେ ମଧ୍ୟ ଗୁରୁବାର ସକାଳେ ଜଣା ପଡ଼ିଥିଲା। ଦୁର୍ଘଟଣାସ୍ଥଳଟି ପାହାଡ଼ି ରାସ୍ତା ହୋଇଥିବାରୁ ମୃତଦେହ ଉଦ୍ଧାର କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ମୋନାଲିରୁ ଲେହକୁ ସଂଯୋଗ କରୁଥିବା ରାସ୍ତାର ରୋତାଙ୍ଗ ଅଞ୍ଚଳର ରାନି ନାଲାଠାରେ ଏହି ଦୁର୍ଘଟଣା ଘଟିଛି।

Leave A Reply