ଏସିଆ କପ : ଭାରତ -ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇପାରନ୍ତି ଇମରାନ୍‍ ଖାନ୍‍

0

କରାଚି : ଚଳିତ ଏସିଆ କପରେ ଭାରତ ପ୍ରଥମ ମ୍ୟାଚ ମଙ୍ଗଳବାର ହଂକଂ ସହ ଖେଳିଛି। ବୁଧବାର ଦିନ ଦ୍ୱିତୀୟ ମ୍ୟାଚରେ ଭାରତ ତାର ଚିରପ୍ରତିଦ୍ୱନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହର ସହ ଚାହିଁ ରହିଛନ୍ତି। ଜିଓ ଟିଭିର ଖବର ଅନୁସାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‍ ଖାନ୍‍ ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ହବାକୁ ଥିବା ମ୍ୟାଚରେ ଉପସ୍ଥିତ ରହିପାରନ୍ତି। ଇମରାନ୍‍ ପୂର୍ବରୁ ପାକିସ୍ତାନର ମହାନ୍‍ କ୍ରିକେଟର ଏବଂ ଅଧିନାୟକ ରହିଥିଲେ। ଇମରାନ୍‍ ଖାନ୍‍ ୧୯୮୨ ରୁ ୧୯୯୨ ମସିହା ପର୍ଯ୍ୟନ୍ତ ପାକିସ୍ତାନ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ସେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡର ଏକ ମୁଖ୍ୟ ପଦରେ ରହିଛନ୍ତି।

Leave A Reply