ରାଷ୍ଟ୍ରପତିଙ୍କୁ ପ୍ରଥମ ଶ୍ରେଣୀ ବିମାନ ଯାତ୍ରା ମନା

0

ଇସଲାମାବାଦ : ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ମୁତାବକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଖର୍ଚ୍ଚକାଟ ଉପରେ ଅନେକ ପଦକ୍ଷେପ ନେଇଛନ୍ତି। ପଦକ୍ଷେପ ସ୍ୱରୂପ ପାକିସ୍ତାନ ଭିଭିଆଇପିଙ୍କ ପ୍ରଥମ ଶ୍ରେଣୀ ବିମାନ ଯାତ୍ରାକୁ ନିଷିଦ୍ଧ କରିଛନ୍ତି। ଏପରି କି ରାଷ୍ଟ୍ରପତି ଓ ରାଜ୍ୟ ସରକାରଙ୍କ ମୁଖ୍ୟମାନେ ମଧ୍ୟ ପ୍ରଥମଶ୍ରେଣୀ ବିମାନଯାତ୍ରା କରିପାରିବେ ନାହିଁ। ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସମେତ କୌଣସି ଅଧିକାରୀ ଆନ୍ତର୍ଜାତିକ ବିମାନରେ ପ୍ରଥମ ଶ୍ରେଣୀ ବିମାନଯାତ୍ରା କରିପାରିବେ ନାହିଁ। ସେମାନେ ବିଜିନେସ କିମ୍ବା କ୍ଲବ କ୍ଲାସରେ ଯାତ୍ରା କରିପାରିବେ। ବିଦେଶୀ ଏୟାର ଲାଇନ୍ସଗୁଡିକ ପ୍ରଥମ ଶ୍ରେଣୀ ବିମାନ ଯାତ୍ରା ପାଇଁ ନେଉଥିବା ଭଡା ବିଜନେସ ବା କ୍ଲବ କ୍ଲାସ ଭଡା ଠାରୁ ପ୍ରାୟ ୩୦୦ଗୁଣ ଅଧିକ। ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ସକାଳ ୯ଟାରୁ ୫ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହି କାର୍ଯ୍ୟ ସମୟ ସକାଳ ୮ଟାରୁ ୪ଟା ଥିଲା।

Leave A Reply