ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିବେ ଇମ୍ରାନ

0

ଲାହୋର : ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ(ପିଟିଆଇ) ଦଳର ମୁଖ୍ୟ ତଥା ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କାର ଶପଥ ଗ୍ରହଣ ଉତ୍ସବକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ। ଆସନ୍ତା ୧୧ତାରିଖରେ ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଉତ୍ସବକୁ ମୋଦୀଙ୍କ ସହ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପିଟିଆର ମୁଖପାତ୍ର ଫୱଦ ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଚୌଧୁରୀ କହିଛନ୍ତି। ସୋମବାର ମୋଦୀ ଫୋନ୍‍କରି ଇମ୍ରାନଙ୍କୁ ନିର୍ବାଚନ ବିଜୟ ଜନିତ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ଇମ୍ରାନଙ୍କ ଶାସନ କାଳରେ ପାକିସ୍ତାନରେ ଗଣତନ୍ତ୍ର ସୁଦୃଢ଼ ହେବା ସହ ଭାରତ ସହିତ ସମ୍ପର୍କରେ ନୂଆ ଫର୍ଦ ଜୋଡ଼ିହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

Leave A Reply