୮ଆଇଏଏସ୍‍ଙ୍କୁ ନୂତନ ନିଯୁକ୍ତି

0

ଭୁବନେଶ୍ୱର : ରାଜ୍ୟ ସରକାର ୮ଜଣ ଆଇଏଏସ ଅଫିସରଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି। ୨୦୧୫ ଓ ୨୦୧୬ ବ୍ୟାଚର ଏହି ଆଇଏଏସ କ୍ୟାଡ଼ରଙ୍କୁ ନିଯୁକ୍ତି ମିଳିଛି। ଅଲ ଇଣ୍ଡିଆ ସର୍ଭିସ ଟ୍ରେନିଂ ପରେ ଏହି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୧୫ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଅବଦୁଲ ଅଖତାରଙ୍କୁ କୋରାପୁଟ ଜିଲା ଡିଆରଡ଼ିଏ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଏହି ବ୍ୟାଚର ଆଇଏଏସ ଆବୋଲି ସୁନିଲ ନର୍ବାଣେଙ୍କୁ ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ମଧ୍ୟ ଏହି ଜିଲାର ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ୨୦୧୫ ବ୍ୟାଚ ଆଇଏଏସ ଏସ.କ୍ରିଷ୍ଣନ କେପିଙ୍କୁ ପାଟଣାଗଡ଼ ଉପଜିଲାପାଳ, ଏହି ବ୍ୟାଚର ଆଇଏଏସ ଅମ୍ରିତ ଋତୁରାଜଙ୍କୁ ରାୟଗଡ଼ା ଜିଲା ଡ଼ିଆରଡ଼ିଏର ନୂତନ ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୬ ବ୍ୟାଚର ଆଇଏଏସ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ବାରିପଦାର ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଉକ୍ତ ବ୍ୟାଚର ଆଇଏଏସ ବିଶାଳ ସିଂହଙ୍କୁ ନୀଳଗିରିର ନୂଆ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆଇଏଏସ ବି.ଏସ. ବଳିରାମଙ୍କୁ ଗୁଣୁପୁରର ନୂଆ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୬ ବ୍ୟାଚ ଆଇଏଏସ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କୁ ବାଲିଗୁଡ଼ା ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

 

୨ ଆଇଏଏସଙ୍କ ବଦଳି, ୨ଜଣଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦୁଇଜଣ ଆଇଏଏସ ଅଫିସରଙ୍କ ବଦଳି କରିଥିବା ବେଳେ ଦୁଇଜଣଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ଓଏସଡି ଚଞ୍ଚଳ ରାଣାଙ୍କୁ ଗଜପତି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅତିରିକ୍ତ କମିଶନର ସ୍ୱଧା ଦେବଙ୍କୁ ଜଳସମ୍ପଦ ବିଭାଗ ଉପ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ଓଡ଼ିଶା ଉଠା ଜଳସେଚନ ନିଗମର ଭାରପ୍ରାପ୍ତ ପରିଚାଳନା ନିର୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ସହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ତୁଲାଇବେ। କୃଷି ନିର୍ଦେଶକ ଏମ.ମୁଥୁକୁମାରଙ୍କୁ ଅଗ୍ରୋ ଇଣ୍ଡଷ୍ଟ୍ରୀଜ କର୍ପୋରେସନର ପରିଚାଳନା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Leave A Reply