ଆଇଏଏସ ବିନୋଦ କୁମାର ଗିରଫ ହେବେ !

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ( ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମୁଖ୍ୟ ଅଭିଯୁକ୍ତ ଆଇଏଏସ ବିନୋଦ କୁମାରଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ଭିଜିଲାନ୍ସ ଜଜ୍‌ ରାଜେନ୍ଦ୍ରକୁମାର ତୋଷ ଆଜି ମାମଲାର ବିଚାର କରି ଉପରୋକ୍ତ ଆଦେଶ ଦେଇଛନ୍ତି। କୋର୍ଟରେ ଥିବା ସଞ୍ଜୟ କୁମାର ମହାନ୍ତିଙ୍କୁ ଭିଜିଲାନ୍ସ ଜଜ୍‌ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିବା ବେଳେ ବିନୋଦକୁମାରଙ୍କ ଓ ଅନ୍ୟ ୪ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ନଥିବାରୁ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲେ ସୁଦ୍ଧା ଦଣ୍ଡ ଘୋଷଣା କରାଯାଇ ନାହିଁ । ଏଭଳି ସ୍ଥିତିରେ ଅଦାଲତ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏହି ୱାରଣ୍ଟ ବଳରେ ପୁଲିସ ବିନୋଦକୁମାର ଓ ଅନ୍ୟ ୪ ଦୋଷୀଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବ । ଏତଦ୍‌ ବ୍ୟତୀତ ଗିରଫ ପୂର୍ବରୁ ଦୋଷୀ ଅଦାଲତରେ ଆତ୍ମସମର୍ପଣ କରିବାର ମଧ୍ୟ ସମ୍ଭବନା ରହିଛି ।
ବିଚାରପତି ରାୟ ଘୋଷଣା କରିବା ପୂର୍ବରୁ ଓଆରଏଚ୍‌ଡିସିର ତତ୍କାଳୀନ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ଅଭିଯୁକ୍ତ ବିନୋଦକୁମାର, ତତ୍‌କାଳୀନ ବୈଷୟିକ ନିର୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ, ସହାକରୀ ପରିଚାଳକ ସଞ୍ଜୟ ମହାନ୍ତି , ଆକାଉଣ୍ଟସ ଅଫିସର ପ୍ରଦୀପ କୁମାର ରାଉତ, ଆକାଉଣ୍ଟାଣ୍ଟ

Leave A Reply