ମାତ୍ର ୪,୪୯୯ ଟଙ୍କାରେ ପାଇପାରିବେ ୯୯,୯୦୦ ଟଙ୍କାର ‘ଆଇଫୋନ ଏକ୍ସଏସ୍‍’

0

ନୂଆଦିଲ୍ଲୀ : ଅନେକ ଲୋକ ଆଇଫୋନ୍‍ କିଣିବାକୁ ଚାହୁଁଥିଲେ ମଧ୍ୟ ଅଧିକ ଦାମ ଯୋଗୁଁ କିଣି ପାରନ୍ତି ନାହିଁ। ଏବେ ଆପଲ ଏକ ଅଫର ଆଣିଛି ଯାହାଦ୍ୱାରା ଆପଲର ଆଇଫୋନ ଏକ୍ସଏସ୍‍ ର ୯୯,୯୦୦ ଟଙ୍କାର ଫୋନକୁ ୪,୪୯୯ ଟଙ୍କାରେ କିଣିପାରିବେ। ଏହା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏହା ସତ୍ୟ। ତେବେ ଆସନ୍ତୁ ଜାଣିବା କିପରି ଏହି ଫୋନକୁ ଏତେ କମ୍‍ ଟଙ୍କାରେ କିଣିପାରିବେ।
ଇଣ୍ଡିଆଷ୍ଟୋର ନାମକ ଏକ ୱେବସାଇଟ ଆପଣଙ୍କୁ ମାତ୍ର ୪,୪୯୯ ଟଙ୍କାରେ ଆଇଫୋନ ଏକ୍ସ କିଣିବାର ସୁଯୋଗ ଦେବ। ସବୁଠାରୁ ଖାସକଥା ହେଉଛି ଏହି ୱେବସାଇଟ ଭାରତରେ ଆପଲ ଫୋନର ବିକ୍ରି ସାଇଟ ଅଟେ। କିନ୍ତୁ ଜାଣିରଖନ୍ତୁ ଏହି ୱେବସାଇଟରେ ଆପଣଙ୍କୁ ଆପଲ ଆଇଫୋନ ଏକ୍ସଏସ୍‍ କିଣିବାକୁ ହେଲେ ଆପଣଙ୍କୁ ପ୍ରି-ବୁକ କରିବାକୁ ପଡିବ। କମ୍ପାନୀର ଅଫର ଅନୁସାରେ ଆଇଫୋନ ଏକ୍ସଏସ୍‍ ର ୬୪ ଜିବି ଷ୍ଟୋରେଜ ଥିବା ମଡେଲ ୪,୯୯୯ ଟଙ୍କାରେ ୨୪ ମାସ ପାଇଁ ଇଏମ୍‍ଆଇ ଦେଇ କିଣିପାରିବେ। ଏମିତିରେ ଆଇଫୋନ ସହିତ ଦିଆଯାଇଥିବା ସୁଧକୁ ମିଶାଇଲେ ସମୁଦାୟ ଏହି ଫୋନର ମୂଲ୍ୟ ୧,୦୭,୯୭୬ ଟଙ୍କା ହୋଇଯିବ। ଏମିତିରେ ଏହି ଫୋନର ପକୃତ ମୂଲ୍ୟ ୯୯,୯୦୦ ଟଙ୍କା।
ସେହିିଭଳି ଆଇଫୋନ ଏକ୍ସଏସ୍‍ର ୨୫୬ ଜିବି ମଡେଲ ଫୋନର ମୂଲ୍ୟ ୫,୧୭୫ ଟଙ୍କାର ଇଏମଆଇରେ ଉପଲବ୍ଧ ହେବ। ଯହାକୁ ୨୪ ମାସ ମଧ୍ୟରେ ସୁଝିବାକୁ ପଡିବ। ଏହି ଭଳି ହି ଫୋନ ପାଇଁ ଆପଣଙ୍କୁ ସମୁଦାୟ ୧,୨୪,୨୦୦ଯଙ୍କା ଦେବାକୁ ପଡିବ। ଏହାର ପକୃତ ମୂଲ୍ୟ ୧,୧୪,୯୦୦ ଟଙ୍କା।

ଏହାବ୍ୟତୀତ ଆଇଫୋନ ଏକ୍ସଏସ୍‍ ୫୧୨ ଜିବି ଷ୍ଟୋରେଜ ଥିବା ୧,୩୪,୯୦୦ଟଙ୍କାର ମଡେଲକୁ ୬,୦୭୬ ଟଙ୍କାରେ କିଣିପାରିବେ। ଏଥିପାଇ ୨୪ ମାସର ଇଏମଆଇ ରହିବ। ୨୪ ମାସର ଇଏମଆଇ ସହିତ ଏହି ଫେନର ମୂଲ୍ୟ ୧,୪.୮୨୪ ଟଙ୍କା ହୋଇଯିବ। ଏହି ଫୋନର ବିକ୍ରି ସେପ୍ଟେମ୍ବର ମାସ ୨୮ରୁ ହେବ।
ଏହି ଫୋନରେ ଆଇଓସ୍‍ ୧୨ ମିଳିବ। ଏଥିରେ ୫.୮ଇଞ୍ଚର ଓଏଲଇଡି ସୁପର ରେଟିନା ଡିସପ୍ଲେ ରହିବ ଯାହାର ରିଜୋଲ୍ୟୁସନ ୧୧୨୫/୨୨୩୪ ପିକ୍ସଲ ରହିଛି। ଫୋନରେ ଆପଲର ନୂଆ ପ୍ରୋସେସର ଏ-୧୨ ବାୟୋନିକ ମିଳିବ।
ଆଇଫୋନ ଏକ୍ସଏସ୍‍ ର ବ୍ୟାଟେରୀ ଲାଇଫ ଆଇଫୋନ ଏକ୍ସ ତୁଳନାରେ ୩୦ ମିନିଟ ଅଧିକ ହେବ। ଫୋନ ସହିତ ୧୮ୱାଟର ଚାର୍ଜର ମିଳିବ ଯେଉଁଥିରେ ୟୁଏସବି ଟାଇପ ସି ର ସପୋର୍ଟ ମିଳିବ। ଆଇଫୋନଟି ୬୪ ଜିବି, ୨୫୬ ଜିବି ଏବଂ ୫୧୨ ଜିବିର ଇନବିଲ୍ଟ ଷ୍ଟୋରେଜ ମଡେଲରେ ମିଳିବ। ଫୋନକୁ ଜଳ ଏବଂ ଡଷ୍ଟ ପ୍ରୁଭ ପାଇଁ ଆଇପି-୬୭ ରେଟିଙ୍ଗ ମିଳିଛି।
କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ମିଳିବ ଯେଉଁଥିରୁ ଉଭୟ କ୍ୟାମେରା ୧୨ ମେଗାପିକ୍ସେଲ। ରିୟର କ୍ୟାମେରା ସହିତ କ୍ୱାର୍ଡ ଏଲଇଡି ଫ୍ଲାସ ଲାଇଟ ମଧ୍ୟ ମିଳିବ। ଏହାର ଆଗପଟ କ୍ୟାମେରା ୭ ମେଗାପିକ୍ସେଲ।

Leave A Reply