ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିଲା ବିମାନ

0

ନୂଆଦିଲ୍ଲୀ: ଗୋ-ଏୟାରର ବିମାନ ଆକାଶରେ ଉଡ଼ୁଥିବାବେଳେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଫଳରେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ବିମାନ କାଳ ବିଳମ୍ବ ନକରି ଦିଲ୍ଳୀକୁ ସୁରକ୍ଷିତ ଫେରିବାକୁ ବାଧ୍ୟ ହୋଇଛି। ଆକାଶରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଥରିବାକୁ ଆରମ୍ଭ କରିଥିଲା।
ଗୋ-ଏୟାର ଜି-୮ ୪୨୩ ଏୟାରବସ ୩୨୦ ଶୁକ୍ରବାର ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୂଖେ ଯାତ୍ରା ଆରମ୍ଭ କରିଥିଲା। ଆକାଶରେ ଉଡ଼ିବାର କିଛି କ୍ଷଣ ମଧ୍ୟରେ ହଠାତ୍‍ ଇଞ୍ଜିନରେ ଶବ୍ଦ ହେବା ସହ ବିମାନ ଥରିବାକୁ ଲାଗିଥିଲା। ଫଳରେ ବିମାନର ପାଇଲଟ ଏ ସମ୍ପର୍କରେ ଦିଲ୍ଳୀ ବିମାନ ବନ୍ଦର ସହ ଯୋଗାଯୋଗ କରି ବିମାନକୁ ପୁଣି ଥରେ ଦିଲ୍ଲୀ ଫେରାଇ ଆଣିଥିଲେ। ଯାତ୍ରୀଙ୍କୁ ସୁରକ୍ଷିତ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରାଯିବା ପରେ ସେମାନଙ୍କୁ ଅନ୍ୟ ବିମାନରେ ହାଇଦ୍ରାବାଦ ପଠାଯିବାର ବ୍ୟବସ୍ଥା କରାଯାଉଛି। ଅପରପକ୍ଷରେ ଗୋ- ଏୟାର ବିମାନର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

Leave A Reply