ନାସାର ହବଲ ଦୂରବୀକ୍ଷଣ ଯନ୍ତ୍ର ଉତ୍ତୋଳନ କଲା ହସ ଚିହ୍ନ ପରି ତାରକା ପୁଞ୍ଜ

0

ନ୍ୟୁୟର୍କ .-    ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା’ ମହାକାଶକୁ ପ୍ରେରଣ କରିଥିବା ହବଲ ଦୂରବୀକ୍ଷଣ ଯନ୍ତ୍ର ହସ ଚିହ୍ନ (ସ୍ମାଇଲିଂ ଫେସ୍‌) ପରି ଏକ ତାରକା ପୁଞ୍ଜର ଚିତ୍ର ଉତ୍ତୋଳନ କରିଛି । ଏକ ଆକାଶଗଙ୍ଗାର(ଗାଲାକ୍ସି) ଆଲୋକ କୌଣସି ବିଶାଳକାୟ ବସ୍ତୁ ମଧ୍ୟଦେଇ  ଗତି କରିବାରୁ ଏପରି ବକ୍ର ଆଲୋକ ସୃଷ୍ଟି ହୋଇଥାଏ ପାରେ ବୋଲି ମହାକାଶ ବିଜ୍ଞାନୀମାନେ ମତ ଦେଇଛନ୍ତି ।

ହବଲ ଦୂରବୀକ୍ଷଣ ଯନ୍ତ୍ର  ନୂତନ ତାରକା ପୁଞ୍ଜ କିପରି ସୃଷ୍ଟି ହୋଇଥାଏ ସେ ବିଷୟରେ ଅଧ୍ୟୟନ କରୁଥିବା ବେଳେ ଏହି ଫଟୋ ଉତ୍ତୋଳନ କରିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି । ହବଲ ଦୂରବୀକ୍ଷଣ ଯନ୍ତ୍ରରେ ଥିବା କ୍ୟାମେରା ଏହାରା ଅତି  ଉଚ୍ଚକୋଟୀର ଫଟୋ ଉତ୍ତୋଳନ କରିଛି । ଏଥିରେ  ଅତି ବିଶାଳ ବାଷ୍ପୀୟ ବସ୍ତୁରୁ କିପରି ନୂତନ ତାରକାର ସୃଷ୍ଟି ହୁଏ ସେ ବିଷୟରେ ଅଧ୍ୟୟନ ଓ ଗବେଷଣା କରି ହେବ ବୋଲି ନାସା ସୂଚନା ଦେଇଛି ।

Leave A Reply