ବିିିହାରର ସୁପର ୨୬ଛାତ୍ରଙ୍କ ପାଇଁ ହ୍ରିତିକ ରଖିବେ ପାର୍ଟି

0

ମୁମ୍ବଇ : ହିନ୍ଦୀ ଚଳଚ୍ଚିତ୍ର ସୁପର ୩୦ରେ ଗଣିତ ଶିକ୍ଷକ ଭାବେ ଅଭିନୟ କରୁଥିବା ହ୍ରିତିକ ରୋଶନ ଏବେ ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଙ୍କୁ ପାର୍ଟି ଦେବେ ବୋଲି ଜଣାପଡିଛି। ଏହି ପାର୍ଟି ଜୁନ ୨୩ରେ ବନାରସରେ ହେବ। ପାର୍ଟିରେ ୨୬ଜଣ ଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ହ୍ରିତିକ ରୋଶନ ଏହି ପାର୍ଟି ବିହାରର ସୁପର ୩୦ କୋଚିଙ୍ଗ ସେଣ୍ଟରରେ ପାଠ ପଢୁଥିବା ଛାତ୍ରମାନଙ୍କ ପାଇଁ ରଖିଛନ୍ତି। ଏଥିନେଇ ହ୍ରିତିକ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କ ସହ କୋଚିଙ୍ଗର ସଂସ୍ଥାପକ ଆନନ୍ଦ କୁମାରଙ୍କୁ ଶୁଭେଚ୍ଛା ଦେଇଛନ୍ତି।
ସୂଚନାଯୋଗ୍ୟ ଆନନ୍ଦ ଗରିବ ଶ୍ରେଣୀ ଛାତ୍ରମାନଙ୍କ ପାଇଁ ଏକ ମାଗଣା ଶିକ୍ଷା ଦାନ କେନ୍ଦ୍ର କରିଛନ୍ତି। ସେଠାରେ ସେମାନଙ୍କ ରହିବା ଖାଇବା ଓ ପାଠ ପଢିବା ପାଇଁ ସମ୍ପୂର୍ଣ୍ଣ ମାଗଣା ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ତାଙ୍କ କେନ୍ଦ୍ରରୁ ଛାତ୍ରମାନେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ଆଇଆଇଟି ଓ ଅନ୍ୟ ପ୍ରମୁଖ ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି। ଆନନ୍ଦଙ୍କ ଏହି ନିଆରା ପ୍ରୟାସକୁ ନେଇ ସୁପର ୩୦ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏଥିରେ ହ୍ରିତିକ୍‍ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply