ପୁଣି ଏକାଠି ହେବେ ହ୍ରିତିକ୍- ସୁଜାନେ

0

ମୁମ୍ବଇ : ବଲିଉଡର ଅନ୍ୟତମ ସୁଖୀ ଦମ୍ପତି ଭାବେ ଜଣାଯାଉଥିଲେ ହ୍ରିତିକ୍ ରୋଶନ୍ ଓ ସୁଜାନେ ଖାନ୍। ଦୁଇ ପୁଅ ରିହାନ୍ ଓ ହ୍ରିଦାନ୍‌ଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଚାଲିଥିଲା। ହେଲେ ଚଳଚ୍ଚିତ୍ର ‘କାଇଟ୍ସ’ର ମୁକ୍ତିଲାଭ ପରେ ସେମାନଙ୍କ ସମ୍ପର୍କରେ ଫାଟ ଦେଖାଦେଲା। ବ୍ରିଟିଶ୍ ଅଭିନେତ୍ରୀ ବାରବରା ମୋରିଙ୍କ ସହ ହ୍ରିତିକ୍‌ଙ୍କ ଘନିଷ୍ଠତାକୁ ନେଇ ସୁଜାନେ କ୍ଷୁବ୍ଧ ହୋଇଥିଲେ। କଳି ଏତେ ତୀବ୍ର ହୋଇଥିଲା ଯେ ସୁଜାନେ ଦୁଇ ପୁଅଙ୍କ ଧରି ଘର ଛାଡ଼ି ପଳାଇ ଆସିଲେ। ଏହାର କିଛି ବର୍ଷ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା। ଏସବୁ ଭିତରେ କିନ୍ତୁ ହ୍ରିତିକ୍‌ ବାରମ୍ବାର ପତ୍ନୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଥିଲେ। ସୁଜାନେଙ୍କ ଯୁକ୍ତି ଥିଲା ହ୍ରିତିକ୍‌ ତାଙ୍କ ଭରସା ଭାଙ୍ଗିଦେଇଛନ୍ତି। ଏଣୁ ଏହା ଆଉ ଯୋଡ଼ି ହେଲା ଭଳି ଲାଗୁନି ବୋଲି ସେ ବାରମ୍ବାର କହିଛନ୍ତି। ନିକଟରେ କିନ୍ତୁ ସୁଜାନେଙ୍କ ବାପା ପ୍ରଖ୍ୟାତ ନିର୍ଦେଶକ ସଞ୍ଜୟ ଖାନ୍ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ ଝିଅର ସୁନାର ସଂସାର ପୁଣି ଯୋଡ଼ି ହେବାକୁ ଯାଉଛି। ସ୍ବାମୀ ହ୍ରିତିକ୍‌ଙ୍କ ସହ ସୁଜାନେଙ୍କର ପୁଣି ଥରେ ବିଧିବଦ୍ଧ ବିବାହ ହେବ ବୋଲି ମଧ୍ୟ ତାଙ୍କ ପରିବାରଲୋକେ ସ୍ପଷ୍ଟ କରିଛନ୍ତି।

Leave A Reply