ହର୍ଟ ଚକୋଲେଟ ଇଲାଇଚି ସେକ

0

ଆବଶ୍ୟକ ସାମଗ୍ରୀ :

କ୍ଷୀର – ୨କପ

ଗୁଜୁରାତି – ୨ଟି

ଚକୋଲେଟ – ଛୋଟ ଖଣ୍ଡ

ଚିନି – ୧ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଗୁଜୁରାତିକୁ ଭଲ ଭାବେ ପେଷି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟାଇବା ସମୟରେ ସେଥିରେ ଗୁଜୁରାତି ଗୁଣ୍ଡ ମିଶାନ୍ତୁ। କ୍ଷୀର ଠିକ ଭାବେ ଫୁଟିବା ପରେ ସେଥିରେ ଚକୋଲେଟ ଖଣ୍ଡ ପକାଇ କିଛି ସମୟ ଘାଣ୍ଟନ୍ତୁ। ଚକୋଲେଟ ଖଣ୍ଡ କ୍ଷୀରରେ ଭଲ ଭାବେ ମିଶିଗଲା ପରେ ସେଥିରେ ଚିନି ପକାଇ ଦିଅନ୍ତୁ। କ୍ଷୀର ଗାଢ ହୋଇ ଆସିଲେ ତାହାକୁ ଗ୍ୟାସରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ହର୍ଟ ଚକୋଲେଟ ଇଲାଇଚି ସେକ।

 

Leave A Reply