ମୁସ୍ତାକ୍‍ ହକି ଇଣ୍ଡିଆର ସଭାପତି ; ରାଜିନ୍ଦର ସମ୍ପାଦକ

0

ନୂଆଦିଲ୍ଲୀ : ହକି ଇଣ୍ଡିଆର ବାର୍ଷିକ ଅଧିବେଶନ ଓ ନିର୍ବାଚନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବରୁ ମହାସମ୍ପାଦକ ଥିବା ବିହାରର ମହମ୍ମଦ ମୁସ୍ତାକ୍‍ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଭାପତି ଥିବା ରାଜିନ୍ଦର ସିଂହ ମହାସମ୍ପାଦକ ନିର୍ବାଚିତ ହୋଇଛନ୍ତି। ବର୍ଷକ ତଳେ ହକି ଇଣ୍ଡିଆର ସଭାପତି ଥିବା ମାରିଆମ୍ମା କୋଶି ଅବସର ବୟସରେ ପହଞ୍ଚିବା ପରେ ଜମ୍ମୁକାଶ୍ମୀରର ରାଜିନ୍ଦର ସିଂହ ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ। ଦୁହେଁ ଅକ୍ଟୋବର ୧ ବା ସୋମବାରଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଭୟ ମୁସ୍ତାକ୍‍ ଓ ରାଜିନ୍ଦର ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।
ଏହାସହ ମଣିପୁରର ଏନ୍‍. ଜ୍ଞାନେନ୍ଦ୍ର ସିନିୟର ଉପସଭାପତି ନିର୍ବାଚିତ ହୋଇଥିବା ବେଳେ ଜମ୍ମୁକାଶ୍ମୀରର ଆସିମା ଅଲୀ ଓ ଝାଡ଼ଖଣ୍ଡର ଭୋଳାନାଥ ସିଂହ ଦୁଇ ଉପସଭାପତି ନିର୍ବାଚିତ ହୋଇଛନ୍ତି। ଆସାମର ତପନ ଦାସ କ୍ରମାଗତ ୨ ଥର ପାଇଁ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଝାଡ଼ଖଣ୍ଡର ଅସୁନ୍ତା ଲାକ୍ରା ଓ ଛତିଶଗଡ଼ର ଫିରୋଜ ଆନ୍‍ସାରି ଯୁଗ୍ମସମ୍ପାଦକ ଦାୟିତ୍ୱ ପାଇଛନ୍ତି। ରାଜସ୍ଥାନର ଆରତୀ ସିଂହ, ତାମିଲନାଡ଼ୁର ଏମ୍‍. ରେଣୁକା ଲକ୍ଷ୍ମୀ ଓ କର୍ଣ୍ଣାଟକର ଏସ୍‍.ଭି.ଏସ୍‍. ସୁବ୍ରମଣ୍ୟ କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

Leave A Reply