ବେଲଜିୟମ ବିଶ୍ୱ ବିଜୟୀ

0

ଭୁବନେଶ୍ୱର : ପୁୁରୁଷ ହକି ବିଶ୍ୱକପ ଫାଇନାଲରେ ନେଦରଲ୍ୟାଣ୍ଡକୁ ହରାଇ ବେଲଜିମୟ ବିଜୟ ଲାଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ ମ୍ୟାଚ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା। ମ୍ୟାଚ ମଧ୍ୟରେ ଉଭୟ ଦଳ କୋଣସି ଗୋଲ କରି ପାରି ନଥିଲେ। ସୁଟ ଆଉଟରେ ମଧ୍ୟ ନେଦରଲ୍ୟାଣ୍ଡ ଓ ବେଲଜିୟମ ଡ୍ର ହୋଇଥିଲା। ପରେ ବେଲଜିୟମ ଗୋଟିଏ ଗୋଲ ଦେଇଥିବା ବେଳେ ନେଦରଲ୍ୟାଣ୍ଡ ଗୋଲ ଦେଇପାରିନଥିଲା।
ସୂଚନାଯୋଗ୍ୟ ଯେ ଏହି ମ୍ୟାଚରେ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ କୌଣସି ଗୋଲ କରି ପାରି ନ ଥିଲେ। ପରେ ସୁଟ ଆଉଟ ସଡନ ଡେଥ୍‌ ଖେଳା ଯାଇଥିଲା। ଏହା ହକି ବିଶ୍ୱକପ ଫାଇନାଲରେ ଇତିହାସ। ଉଭୟ ଦଳ ଗୋଲ ନ କରିବା କୌଣସି ଫାଇନାଲ ମ୍ୟାଚରେ ହୋଇନଥିଲା। ଉଭୟ ଦଳ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗୋଲ କରିପାରି  ନ ଥିଲେ। ମ୍ୟାଟି  ବଶ୍‌ ରୋମାଞ୍ଚକର ଓ ସଂଘର୍ଷ ପୂର୍ଣ୍ଣଥିଲା ।

Leave A Reply