ହୀରାକୁଦ : ୫ଟି ସ୍ଲୁଇସ ଗେଟ୍‍ ଦେଇ ନିଷ୍କାସିତ ହେଉଛି ଜଳ

0

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଏବେ ୫ଟି ସ୍ଲୁଇସ ଗେଟ୍‍ ଦେଇ ଜଳ ନିଷ୍କାସିତ ହେଉଛି। ବାମ ପଟର ୪ଟି ଗେଟ୍ ଖୋଲାଯାଇଥିବା ବେଳେ, ଡାହାଣ ପଟର ଗୋଟିଏ ଗେଟ୍ ଦେଇ ଜଳନିଷ୍ମିତ ହେଉଛି । ମଙ୍ଗଳବାର ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ସେହି ଦିନ ୨୦ଟି ଗେଟ୍‍ ସ୍ଲୁଇସ ଗେଟ୍‍ ଖୋଲାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ବନ୍ଦ କରାଯାଉଛି।

ଶୁକ୍ରବାର ଦିନ ୩ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୦.୦୬ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮୯ ହଜାର ୧୬୪ ଘନ ଫୁଟ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮୯ ହଜାର ୭୫୩ ଘନ ଫୁଟ ଜଳ ନିଷ୍କାସିତ ହେଉଛି। ଏଥିପାଇଁ ୫ଟି ସ୍ଲୁଇସ ଗେଟ୍‍ ଖୋଲାଯାଇଛି।

Leave A Reply