ହୀରାକୁଦର ଡ୍ୟାମର ଖୋଲିଲା ୨୫ଟି ଗେଟ୍‌, ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା

0

କଟକ: ମଙ୍ଗଳବାର ହୀରାକୁଦ ଡ୍ୟାମର ୨୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଦିନବେଳେ ୨୦ଟି ଗେଟ୍‌ ଖୋଲାଯାଇଥିବା ବେଳେ ସନ୍ଧ୍ୟା ସମୟରେ ଆହୁରି ୫ଟି ଗେଟ୍‌ ଖୋଲାଯାଇଛି । ୨୫ଟି ଗେଟରେ ପ୍ରତି ସେକେଣ୍ଡରେ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି  । ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ବହିବ ଏବଂ ଗୁରୁବାର ସକାଳେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାପଡିଛି । ଏହାକୁ ନେଇ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ନେଇ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ମିଳିଛି । ଛତିଶଗଡ ବିଭିନ୍ନ ଡ୍ୟାମର ଗେଟ୍‌ ଖୋଲି ଦେଇଥିବାରୁ ହୀରାକୁଦକୁ ଅଧିକ ପାଣି ପଶୁଛି  । ଏଥିପାଇଁ ହୀରାକୁଦର ଡ୍ୟାମର ୨୫ଟି ଗେଟ୍‌ ଖୋଲାଯାଇଛି ।

Leave A Reply