ଦିଲ୍ଲୀ ଜାମା ମସଜିଦ୍‍ ଭାଙ୍ଗିଲେ ହିନ୍ଦୁ ମନ୍ଦିର ଭଗ୍ନାବଶେଷ ମିଳିବ: ସାକ୍ଷୀ ମହାରାଜ

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜଙ୍କ ଏକ ମନ୍ତବ୍ୟ ସମ୍ପ୍ରତି ବିବାଦ ସୃଷ୍ଟି କରିଛି। ସାଂସଦ ଗତ ୭ବର୍ଷ ପୂର୍ବେ ପ୍ରଦାନ କରିଥିବା ଏକ ମନ୍ତବ୍ୟକୁ ଦୋହରାଇଛନ୍ତି। ଦିଲ୍ଲୀ ଜାମା ମସଜିିଦ ଭାଙ୍ଗିଲେ ତା’ ତଳେ ହିନ୍ଦୁ ମନ୍ଦିରର ଭଗ୍ନାବଶେଷ ମିଳିବ ବୋଲି ୭ବର୍ଷ ପୂର୍ବେ ମଥୁରାଠାରେ ସାକ୍ଷୀ ମହାରାଜ ମନ୍ତବ୍ୟ ଦେଇଥିଲେ। ସେତେବେଳେ ସାଂସଦଙ୍କ ଏଭଳି ମନ୍ତବ୍ୟ ବେଶ୍‍ ବିବାଦ ସୃଷ୍ଟି କରିଥିଲା। ମୋଗଲ ମାନେ ଭାରତ ଅଧିକାର କରିବା ପରେ ଭାରତୀୟ ସଂସ୍କୃତି ବହନ କରୁଥିବା ପୂରାତନ ମନ୍ଦିରଗୁଡ଼ିକ ଭାଙ୍ଗି ଉକ୍ତ ସ୍ଥାନରେ ମସଜିଦ ନିର୍ମାଣ କରିଥିଲେ। ପୁରୁଣା ଦିଲ୍ଲୀସ୍ଥିତ ଜାମା ମସଜିଦ୍‍ ଭାଙ୍ଗିଲେ ଏହା ତଳେ ହିନ୍ଦୁ ମନ୍ଦିରର ସନ୍ଧାନ ମିଳିବ ବୋଲି ସାଂସଦ ଦୃଢୋକ୍ତି କରିଛନ୍ତି। ଏପରିକି ଜାମା ମସଜିଦର ସିଢି ତଳେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ବାହାରିବ ବୋଲି ସାଂସଦ ଯୁକ୍ତି ଦର୍ଶାଇଛନ୍ତି। ଏହା ମିଥ୍ୟା ପ୍ରମାଣିତ ହେଲେ ସେ ଫାଶି ପାଇଁ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି।

Leave A Reply