୧୫୫ଗ୍ରାମର ବ୍ରାଉନସୁଗାର ଜବତ

0

ବାଲେଶ୍ବର : ବାଲେଶ୍ବରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ରାଉନସୁଗାର ଜବତ କରାଯାଇଛି। ସୋମବାର ଦିନ ଅବକାରୀ ବିଭାଗ କଟକ-୨ ସଦାନନ୍ଦପୁର ଗ୍ରାମରେ ଚଢାଉ କରିଥିଲା। ଏଥିରେ ଅବଦୁଲ ଫରିତ ଖାଁ ନିକଟରୁ ୧୫୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ବ୍ରାଉନସୁଗାର କାରବାରର ନେଟୱାର୍କ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପର୍ଯ୍ୟନ୍ତ ବ୍ୟପିଥିିବା ଜଣାପଡିଛି। ଅଭିଯୁକ୍ତ ଅବଦୁଲଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଅବକାରୀ ଡେପୁଟି କମିଶନର ରାମଚନ୍ଦ୍ର ପାଲତଙ୍କ ଗୁଇନ୍ଦା ତଥ୍ୟକୁ ଭିତ୍ତି କରି କଟକ-୨ ସଦାନନ୍ଦପୁର ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ଅବକାରୀ ନିରୀକ୍ଷକ ଜଗଦୀଶ ସାମଲଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ରହିଥିଲେ।

Leave A Reply