୨୦୦ଗ୍ରାମର ବ୍ରାଉନସୁଗର ଜବତ, ଜଣେ ଗିରଫ

0

ବାଲେଶ୍ୱର : ଜଳେଶ୍ୱରରୁ ୨୦୦ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ସୋମବାର ସକାଳେ କଟକରୁ ଆସିଥିବା ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡ ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜଳେଶ୍ୱରପୁର ଗ୍ରାମ ନିକଟରେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ। ଏଥିରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଜଳେଶ୍ୱର ଅଞ୍ଚଳରେ ବ୍ୟାପକ ବ୍ରାଉନସୁଗର କାରବାର ହେଉଥିବାର ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାଡର ଏକ ଟିମ ଜଳେଶ୍ୱରରେ ପହଞ୍ଚିଥିଲେ। ଏଥିରେ ଜଣେ ଅଭିଯୁକ୍ତ ୨୦୦ଗ୍ରାମ ବ୍ରାଉନସୁଗର କାରବାର ପାଇଁ ନେଉଥିବା ବେଳେ ଧରାପଡିଥିଲା।

Leave A Reply