ଛାତ୍ରଙ୍କ ଠାରୁ ବ୍ରାଉନ ସୁଗାର ଜବତ

0

ଭୁବନେଶ୍ୱର : ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ ହୋଇଛି। ପଟିଆସ୍ଥିତ ବିଗ ବଜାର ଅଞ୍ଚଳରୁ ଅବକାରୀ ବିଭାଗ ଚଢଉ କରି ପ୍ରାୟ ୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣେ ବିଟେକ ଛାତ୍ରଙ୍କୁ ଗିରଫ କରାଯାଇଛି। ଗିରଫ ଛାତ୍ରଙ୍କ ଘର ଜଗତସିଂହପୁର ଜିଲା ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ବେଳେ ବ୍ରାଉନ ସୁଗାର ମୋଟର ସାଇକେଲରେ ରଖି ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି।
ଏହି ଅଞ୍ଚଳରେ କଲେଜ ଛାତ୍ରମାନେ ବ୍ରାଉନ ସୁଗାର ବ୍ୟବହାର କରୁଥିବା ଖବର ପାଇ କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଶୁକ୍ରବାର ପଟିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଛାତ୍ର ଏହାକୁ ବିକ୍ରି କରୁଥିବା ସମୟରେ ଧରାପଡ଼ିଥିବାର ସୂଚନା ମିଳିଛି।

Leave A Reply