ନୌସେନା ପାଇଁ କିଣାହେବ ୧୧୧ଟି ନୂଆ ହେଲିକପ୍ଟର

0

ନୂଆଦିଲ୍ଲୀ.- ନୌସେନା ପାଇଁ  ୧୧୧ଟି ନୂଆ ହେଲିକପ୍ଟର କିଣାଯିବ । ଏଥିପାଇଁ ପ୍ରାୟ ୨୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।  ସରକାର ୪୬ ହଜାର କୋଟି ଟଙ୍କାର ପ୍ରତିରକ୍ଷା  ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଲକ୍‌ହିଡ୍‌ ମାର୍ଟିନ  ତିଆରି କରୁଥିବା ଏମ୍‌ଏଚ୍‌-୬୦ଆର୍‌ ୨୪ଟି  ହେଲିକପ୍ଟର ପାଇଁ ଖୁବଶୀଘ୍ର ଏକ ଚୁକ୍ତିନାମା ସ୍ୱାକ୍ଷର ହେବବୋଲି ଜଣାପଡିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜେମସ୍‌ ମାଟିସ୍‌ଙ୍କ ଭାରତ ଗସ୍ତର କିଛି ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି ।

ଏମ୍‌ଏଚ୍‌-୬୦ଆର୍‌ ବିଶ୍ୱର ଏକ ଅତ୍ୟାଧୁନିକକ ହେଲିକପ୍ଟର । ଏହା ବୁଡା ଜାହାଜକୁ ସମୁଦ୍ର ତଳେ ଧ୍ୱଂସ କରିବାର କ୍ଷମତା ରଖୁଛି । ଭାରତୀୟ ନୌସେନାରେ ଏହାକୁ ସାମିଲ କରାଗଲେ ନୌସେନା ଆହୁରି ଶକ୍ତିଶାଳୀ ହୋଇଯିବ । ଗତ ତିରିଶ ବର୍ଷ ହେବ ଭାରତୀୟ ନୌସେନା ବ୍ରିଟେନ୍‌ରେ ନିର୍ମାଣ କରାଯାଉଥିବା ସି-କିଙ୍ଗ ହେଲିକପ୍ଟରକୁ ବ୍ୟବହାର କରୁଛି । ମାତ୍ର ଏହା ଏବେ ବିଶେଷ ଭାବେ କାର୍ଯ୍ୟକ୍ଷମ ନୁହେଁ । ନୌସେନାରେ ସି-କିଙ୍ଗର ମାତ୍ର ୧୦ଟି ହେଲିକପ୍ଟର ଅଛି । ଏହା ସହ ପ୍ରାୟ ୨୧ହଜାର କୋଟି ଟଙ୍କାରେ ୧୧୧ଟି ନୂଆ ହେଲିକପ୍ଟର ନୌସେନା ପାଇଁ କିଣାଯିବ ।

Leave A Reply