ବାରିପଦା – ଉଦଳା ଯୋଗାଯୋଗ ବିଚ୍ଛିନ୍ନ

0

ବଡ଼ସାହି : ତିତ୍‍ଲି ପ୍ରଭାବରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ବଡ଼ସାହି ବ୍ଲକର କାଦୁଆଲବନ୍ଧ ରାସ୍ତା ଉପରେ ୩/୪ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ବାରିପଦା – ଉଦଳା ରାଜ୍ୟପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ କାର୍ଯ୍ୟ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା ।ବୁଧବାର ଓ ଗୁରୁବାର ଦିନରୁ ଲାଗିରହିଥିବା ଲଗାଣ ବର୍ଷାରେ ବର୍ଷା ଜଳ ଏହି ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ଶହଶହ ଯାନ ଦୀର୍ଘ ସମୟଧରି ଉଭୟ ପାଶ୍ୱର୍ରେ ଅଟକି ରହିଛି। ଆପତ୍ତକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ, ଦମକଳବାହିନୀ, ଜନନୀ ସୁରକ୍ଷା ଗାଡ଼ି ଆଦି ବାରିପଦା ମୁଖ୍ୟାଳୟକୁ ଯିବାରେ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ଯାତାୟତ କରୁଥିବା ପଥଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଦଳା ଅଭିମୁଖେ ଆସିବା ପାଇଁ ଦୀର୍ଘ ୨୦ କିମି ବୁଲି ପ୍ରତାପପୁର ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛନ୍ତି। ଯଥାଶୀଘ୍ର ବିଭାଗ ପକ୍ଷରୁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗହଣ କରାଯାଇ ଚଳାଚଳ ସ୍ୱଭାବିକ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି।

Leave A Reply