ଲଘୁଚାପ ଜନିତ ବର୍ଷା ସମ୍ଭାବନା; ୧୪ଟି ଜିଲାରେ ପ୍ରବଳ ବର୍ଷିବ

0

ଭୁବନେଶ୍ବର: ଓଡିଶା ଉପକୂଳର ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି ବଲାଙ୍ଗିର, ନୂଆପଡା, ବରଗଡ, ସମ୍ବଲପୁର, ଝରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କଟକ ଓ ଯାଜପୁର ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସୋମବାର ବାଲେଶ୍ବରରେ ସର୍ବାଧିକ ତାପମାତ୍ର ୩୨.୬ ଡିଗ୍ରୀ ସେଲସିୟସ୍ ଓ ଟିଟିଲାଗଡରେ ସର୍ବନିମ୍ନ ତାପମାତ୍ର ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଗତକାଲି ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଉପକୂଳବର୍ତ୍ତୀର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲାର ଜୁନାଗଡରେ ସର୍ବଧିକ ୨୧ ସେମି ବର୍ଷା ରେକର୍ଡ କରାଯାଇଛି ।

 

Leave A Reply