ଭାରତରେ ୨୦୧୫ ପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ: ଜାତିସଂଘର ରିପୋର୍ଟ

0

ନୂଆଦିଲ୍ଲୀ . – ଭାରତରେ ୨୦୧୫ ପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି  । ୨୦୧୫ରେ ହୋଇଥିବା ଗ୍ରୀଷ୍ମ ପ୍ରବାହରେ ୨୫୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ସାଧାରଣ ତାପମାତ୍ରାଠାରୁ ୨ ଡିଗ୍ରୀ ଅଧିକ ଅନୁଭୂତ ହୋଇଥିଲା ।  ଜାତିସଂଘର ଜଳବାୟୁ ପରିବର୍ତନ ରିପୋର୍ଟ ଅନୁସାରେ ଏପରି ହେଲେ  କଲିକତା ପରି ନଗର ଓ ସହରମାନଙ୍କରେ ଅଧିକ ତାପମାତ୍ରା ଅନୁଭୂତ ହେବ । ସେହିପରି ଅଧିକ ଯାନ  ବାହନ ଚଳାଚଳ କରୁଥିବା ସହର ଓ ବିଭିନ୍ନ ଉଦ୍ୟୋଗ ଥିବା ସହରମାନଙ୍କରେ ତପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଇଛି ।

ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିପାରିଲେ  ୨୦୫୦ ସୁଦ୍ଧା ଶହ ଶହ କୋଟି ଲୋକ ତାପମାତ୍ରା ବୃଦ୍ଧି ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇ ପାରିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।  ତାପମାତ୍ର ବୃଦ୍ଧି ପାଇଲେ ସମୁଦ୍ରର ଜଳ ପତ୍ତନ ବୃଦ୍ଧି ପାଇବା ସହ ଭୟାବହ ବାତ୍ୟା, ବନ୍ୟା ଓ ମରୁଡି ପରି ସମସ୍ୟା ଦେଖା ଦେଇପାରେ ବୋଲି ଏହି ରିପୋର୍ଟରେ ସତର୍କ ସୂଚନା ଦିଆଯାଇଛି ।

Leave A Reply